-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଜିଲ୍ଲା

■ ଏସିଆର ସର୍ବବୃହତ୍ ସାହିତ୍ୟ ଉତ୍ସବ ■ ୭ରୁ  ସାହିତ୍ୟ ଏକାଡେମୀର ସାହିତ୍ୟୋତ୍ସବ ୨୦୨୫ ■ ଉଦଘାଟନ କରିବେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ■୬ ଦିନିଆ ମହୋତ୍ସବରେ ଅଂଶଗ୍ରହଣ କରିବେ ୭ ଶହ ଲେଖକ ଏବଂ ବିଦ୍ୱାନ

06-Mar-2025



ନୂଆଦିଲ୍ଲୀ(ପ୍ରେରଣା ଖବର): କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ସାହିତ୍ୟ ଉତ୍ସବ- ୨୦୨୫, ଚଳିତ ବର୍ଷ ଏସିଆର ସବୁଠାରୁ ବଡ଼ ସାହିତ୍ୟ ମହୋତ୍ସବ ଭାବରେ ଅନୁଷ୍ଠିତ ହେବ। ଗତ ବର୍ଷର ସାହିତ୍ୟୋତ୍ସବ ୨୦୨୪ ବିଶ୍ୱର ସବୁଠାରୁ ବୃହତ୍ ସାହିତ୍ୟ ମହୋତ୍ସବ ଥିଲା। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାହିତ୍ୟ ଏକାଡେମୀର ସଚିବ କେ.ଶ୍ରୀନିବାସରାଓ। ସେ ଆହୁରି ସୂଚନା ଦେଇଛନ୍ତି ଯେ ୭ ମାର୍ଚ୍ଚରେ ସାହିତ୍ୟୋତ୍ସବକୁ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ  ଗଜେନ୍ଦ୍ର ସିଂହ ଶେଖାୱତ ଉଦଘାଟନ କରିବେ। ଆସନ୍ତା ୭ ରୁ ୧୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଫିରୋଜଶାହ ମାର୍ଗ ସ୍ଥିତ ରବିନ୍ଦ୍ର ଭବନ ପରିସରରେ ହେବାକୁ

ଥିବା ଏହି ସମାବେଶରେ ଶହେରୁ ଅଧିକ  ଅଧିବେଶନରେ ୭୦୦ରୁ ଅଧିକ  ଲେଖକ ଏବଂ ବିଦ୍ୱାନ ଅଂଶଗ୍ରହଣ କରିବେ। ଏଥିରେ ଦେଶର ବିଭିନ୍ନ ପାନ୍ତରୁ ୫୦ରୁ ଅଧିକ ଭାଷାର ପ୍ରତିନିଧିତ୍ୱ ରହିବ।
ଏଥର ସାହିତ୍ୟୋତ୍ସବର ମୁଖ୍ୟ ଆକର୍ଷଣ ହେବ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ ସମାରୋହ। ଏହା ୮ ମାର୍ଚ୍ଚ ସନ୍ଧ୍ୟା ୫ଟାରେ କମାନୀ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବ। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରସିଦ୍ଧ ଇଂରାଜୀ ନାଟ୍ୟକାର ମହେଶ ଦତ୍ତାନୀ ଯୋଗଦେବେ। ୯ ମାର୍ଚ୍ଚ ସନ୍ଧ୍ୟା ୬.୩୦ରେ ମେଘଦୂତ ମୁକ୍ତାକାଶ ମଞ୍ଚରେ ପ୍ରଖ୍ୟାତ ଇଂରାଜୀ ଲେଖକ ଉପମନ୍ୟୁ ଚାଟାର୍ଜୀ  ସମ୍ବତ୍ସର ବକ୍ତୃତା ପ୍ରଦାନ କରିବେ। ସାହିତ୍ୟ ମହୋତ୍ସବରେ ହେବାକୁ ଥିବା ଜାତୀୟ ସଂପାନର ବିଷୟବସ୍ତୁ ହେଉଛି - ଭାରତୀୟ ସାହିତ୍ୟ ପରମ୍ପରା: ଐତିହ୍ୟ ଏବଂ ବିକାଶ। ଏହା ବ୍ୟତୀତ ପ୍ରସିଦ୍ଧ ମାଲୟଲମ ଲେଖକ ଓମଚେରି ଏନ.ଏନ. ପିଲ୍ଲାଇ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର, ମୋହନ ରାକେଶ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର, ବିଶିଷ୍ଟ ଗୀତିକାର ଗୋପାଳଦାସ ନୀରଜଙ୍କ ଗୀତ ସଂପର୍କରେ ଆଲୋଚନା, ଜିତେନ୍ଦ୍ର ଭାଟିଆଙ୍କ ସହ କଥାସନ୍ଧି ଏବଂ ସୁବୋଧ ସରକାରଙ୍କ ସହ ଲେଖକଙ୍କ ସହିତ ସାକ୍ଷାତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାକେଶ ଚୌରାସିଆଙ୍କ ବଂଶୀବାଦନ,

ଫୌଜିଆ ଦାସ୍ତାନଗୋଙ୍କ ଦାସ୍ତାନ-ଏ-ମହାଭାରତ ଏବଂ ନଳିନୀ ଜୋଶୀଙ୍କ ହିନ୍ଦୁସ୍ତାନୀ ଗାୟନ ପରିବେଷଣ କରାଯିବ।
ଏହି ମହୋତ୍ସବରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ସହିତ ଦୁଇଟି ରାଜ୍ୟର  ରାଜ୍ୟପାଳ  ଆରିଫ୍ ମହମ୍ମଦ ଖାନ (ବିହାର) ଏବଂ  ପି.ଏସ. ଶ୍ରୀଧରନ ପିଲ୍ଲାଇ (ଗୋଆ) ସ୍ୱତନ୍ତ୍ର ଅତିଥି ଭାବରେ ଅଂଶଗ୍ରହଣ କରିବେ।
ଭାରତୀୟ ନଦୀମାନଙ୍କ ନାମରେ ନିର୍ମିତ ପ୍ରେକ୍ଷାଳୟମାନଙ୍କରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବହୁଭାଷୀ କବିତା ଓ ଗଳ୍ପ ପାଠ, ଉତ୍ତର-ପୂର୍ବ ଲେଖକ ସମ୍ମିଳନୀ, ଯୁବ ସାହିତ୍ୟ ଏବଂ ଏଲଜିବିଟିକ୍ୟୁ  ଲେଖକ ସମ୍ମିଳନୀ ବ୍ୟତୀତ, ଭାରତରେ ଆତ୍ମଜୀବନୀମୂଳକ ସାହିତ୍ୟ, ଭାରତର ସାହିତ୍ୟିକ କୃତିରେ ଗ୍ରାମୀଣ ସମାଜ, ବିଭାଜନ ଉପରେ କେନ୍ଦ୍ରିତ ଭାରତୀୟ ସାହିତ୍ୟ, ଅନୁବାଦରେ ସାଂସ୍କୃତିକ ଚିତ୍ରଣ, ସିନେମା ପ୍ରସ୍ତୁତ ହୋଇଥିବା ସାହିତ୍ୟିକ କୃତି, ସାହିତ୍ୟର ସାର୍ବଜନୀନତା, ବିଶ୍ୱ ସାହିତ୍ୟରେ ଭାରତୀୟ ସାହିତ୍ୟ, ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ସାହିତ୍ୟରେ ଜାତୀୟତାବାଦ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ। ଏହି ଉତ୍ସବର ବିଭିନ୍ନ ଅଧିବେଶନରେ ଅନେକ ପ୍ରତିଷ୍ଠିତ ଏବଂ ଯୁବ ଓଡିଆ ଲେଖକ ଲେଖିକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like