-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
11-Jan-2025
କଣ୍ଟାବାଞ୍ଜି: ସାମ୍ବାଦିକ ମାନେ ଖବର ସଂଗ୍ରହ କରୁଥିବା ସମୟ ରେ ବାରମ୍ବାର କିଛି ସ୍ବାର୍ଥନ୍ବେଷୀ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହେବା ଘଟଣା ସାମ୍ବାଦିକ ମାନଙ୍କ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏ ନେଇ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ, ବଲାଙ୍ଗୀର ଶାଖା, ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ବଲାଙ୍ଗୀର ଜିଲ୍ଲାପାଳ ଓ ଏସ୍ ପି ଙ୍କୁ ଦାବିପତ୍ର ଦିଆଯାଇ ସାରିଛି l ଏହି କ୍ରମରେ ଗତକାଲି ଏହି ଘଟଣାକୁ ନିନ୍ଦା କରି ନେଇ କଣ୍ଟାବାଞ୍ଜି ସାମ୍ବାଦିକ ସ°ଘ ତରଫରୁ ମଧ୍ଯ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ କଣ୍ଟାବାଞ୍ଜି ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି।
ସୂଚନାଯୋଗ୍ୟ ଯେ, ଗତ ୮ତାରିଖ ଗୁରୁବାର ଦିନ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ୍ ଅନ୍ତର୍ଗତ ସାଲେଡିଗିରି ଗ୍ରାମରେ ଜଣେ ଶ୍ରମିକ ବିଦ୍ୟୁତ ସ°ଷ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଏନେଇ କାର୍ଯ୍ୟରତ ତିନି ଜଣ ସାମ୍ବାଦିକ ଘଟଣାସ୍ଥଳକୁ ପହଞ୍ଚି ଖବର୍ ସ°ଗ୍ରହ କରୁଥିବା ସମୟେ ଟାଟା ପାୱାର ର ଏସ୍ ଡି ଓ ଜଗନ୍ନାଥ ପତି ଏବଂ ମୁରିବାହାଲ ଯନ୍ତ୍ରୀ ଚିନ୍ମୟ ସାହୁ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ l ଘଟଣା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା l ଦୋଷୀ ବିଦ୍ୟୁତ ବିଭାଗର ଅଧିକାରୀ ଙ୍କୁ କୋର୍ଟ ରେ ହାଜର କରାଯାଇଥିଲା l ସେମାନଂକ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆ ଗଲା। ତେବେ କାର୍ଯ୍ୟରତ ସାମ୍ବାଦିକମାନେ ଖବର ସଂଗ୍ରହ କରୁଥିବା ସମୟରେ ବାରମ୍ବାର ଆକ୍ରୋଶମୂଳକ ଆକ୍ରମଣର ଶିକାର ହେଉଥିବା ନେଇ ଶୁକ୍ରବାର ଦିନ କଣ୍ଟାବାଞ୍ଜି ସାମ୍ବାଦିକ ସ°ଘର ଉପସଭାପତି ମୋହନ ସୋନି, ସାଧାରଣ ସମ୍ପାଦକ ଏସ୍ କେ ସମିମ୍, ଗୁରୁଦୟାଲ ହ°ସ, ସୁବାସ ଚନ୍ଦ୍ର ବେହେରା,କୃତିକର ବାଗ ଏବଂ କୈଳାସ ସଗ୍ରିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ସାମ୍ବାଦିକ ମାନଙ୍କ ସୁରକ୍ଷା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।