-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
10-Jan-2025
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ଦାଦନ ଗଡ଼ ର ଦାଦନ ଋତୁର ଶେଷ ପର୍ଯ୍ୟାୟ ଚାଲିଥିବା ବେଳେ ଜୋର ଧରିଛି ଦାଦନ ଚାଲାଣ ଏତିକିବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ପୋଲିସ ଦାଦନ ଉଦ୍ଧାର କରିବାରେ ମାତି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଳେଇ ଗାଁ ର ସର୍ଦ୍ଦାର ସଙ୍କୀର୍ତ୍ତନ ବେହେରା ବେଆଇନ ଭାବେ ଏକ ବଲୋରୋ (ଓ.ଡି ୦୩.୬୭୦୪) ଗାଡ଼ିରେ ଖପ୍ରାଖୋଲ ଥାନା ବାଘଝରନ ଗାଁ ର ୮ ଜଣ ଦାଦନ ଶ୍ରମିକ କୁ ତେଲେଙ୍ଗାନା ରାଜ୍ୟ ପଠାଇବା ପାଇଁ ଲାଠୋର ରେଲୱେ ଷ୍ଟେସନ କୁ ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଲାଠୋର ଥାନା ଅଧିକାରୀ ନରେନ୍ଦ୍ର ଛତର ଙ୍କ ନେତୃତ୍ୱରେ ଆଜି ଅପରାହ୍ନ ୧.୩୦ ରେ ହରିଶଙ୍କର ଠାରେ ଧରିବାରେ ସକ୍ଷମ ହୋଇଥିଲେ। ଉକ୍ତ ଦାଦନ ଶ୍ରମିକ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ଏବଂ ଦୁଇ ନାବାଳକ ସହ ଜଣେ ନାବାଳିକା ଉଦ୍ଧାର ହୋଇଛନ୍ତି। ଚଢ଼ାଉ ସମୟରେ ଖପ୍ରାଖୋଲ ଥାନା ର ଏ, ଏସ, ଆଇ ଏନ୍ କେ ଭୋଇଙ୍କ ସହ କର୍ମଚାରୀ ଏସ, କେ ନାଏକ, ଏଚ୍.ଯାନୀ,ବି.ଗଡଓ୍ବା ପୋଲିସ ଡ୍ରାଇଭର କେ.ସେଠୀ ସାମିଲ ହୋଇଥିଲେ। ଖପ୍ରାଖୋଲ ପୋଲିସ ଦ୍ବାରା ସର୍ଦ୍ଦାର ସଙ୍କୀର୍ତ୍ତନ ଓ ବାଘଝରନ ଗାଁ ର ଡ୍ରାଇଭର ଫକିର ବରିହା (୩୫)କୁ ଗିରଫ କରାଯାଇଛି। ଯାହା ହେଉ ଶେଷ ପର୍ଯ୍ୟାୟରେ ଖପ୍ରାଖୋଲ ପୋଲିସ ଭଲ ନାଁ ରଖିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।