-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||     

HOME   ଜିଲ୍ଲା

ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ଶପଥ ନେଲେ ଜଙ୍ଗଲ ସୁରକ୍ଷା କମିଟି,ନୂତନ ସୁରକ୍ଷା କମିଟି ଗଠନ

27-Oct-2024



କୋକସରା (ତ୍ରିନାଥ ବେଶ୍ରା )
ଧର୍ମଗଡ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ହେକ୍ଟର ପରିମିତ ବ୍ୟାପି ଅଞ୍ଚଳ ରେ ରହିଥିବା ବେଳେ କଳାହାଣ୍ଡି,ରାୟଗଡା, ନବରଙ୍ଗପୁର,ନୂଆପଡା ଓ ପଡୋଶୀ ଛତିଶଗଡ଼ ସୀମା କୁ ଲାଗି ରହିଛି। ତେବେ ବିଗତ କିଛି ବର୍ଷ ମଧ୍ୟରେ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନାଧିକୃତ ଭାବେ ଜଙ୍ଗଲ ମାଫିଆ ମାନେ ପ୍ରବେଶ କରି ଜଙ୍ଗଲ ର ସବୁଜିମା ପୂର୍ଣ୍ଣ ଅଞ୍ଚଳ କୁ ନଷ୍ଟ କରିବା ସହ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧ ରେ ମକାଚାଷ କରି ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ କୁ ନଷ୍ଟ କରି ଜୈବ ବିବିଧତା ନଷ୍ଟ କରିବା ସହ ସାହାଜଖୋଲ ଜଙ୍ଗଲ କୁ ପଦା କରି ଦେଉଛନ୍ତି। ଏନେଇ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ଓ ଭିଏସଏସ କମିଟି ପକ୍ଷରୁ ବିଗତ ବର୍ଷ ରେ ଜଙ୍ଗଲ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଜଙ୍ଗଲ ମାଫିଆ ଙ୍କ ଉତ୍ପାତ କମିବାର ନାଁ ଧରୁନାହି। ପ୍ରତିବର୍ଷ ସଂରକ୍ଷିତ ଜଙ୍ଗଲ ରେ ହେକ୍ଟର ହେକ୍ଟର ଜଙ୍ଗଲ ସଫା କରି ମକାଚାଷ କରୁଥିବା ବେଳେ ଜଙ୍ଗଲ ବିଭାଗ ଅଧିକାରୀ ନାମ କୁ ମାତ୍ର ଜଙ୍ଗଲ ସୁରକ୍ଷା ଦାୟିତ୍ୱ ରେ ରହିଥିବା ଭଳି ମନେ ହେଉଛି। 
ରବିବାର ଏ ନେଇ ଧର୍ମଗଡ ବନାଞ୍ଚଳ ବେହେରା ସେକ୍ସନ ଗୋତମୁଣ୍ଡା ବିଟ ଅଞ୍ଚଳ ରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ପକ୍ଷରୁ ଏକ ବୈଠକ ପାଣିନାଲା ଜଙ୍ଗଲ ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଥମେ ସାହାଜଖୋଲ ଜଙ୍ଗଲ ର ଅଧିଷ୍ଠାତ୍ରୀ ଦେବୀ ମା ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କୁ ପୂଜାର୍ଚ୍ଚନା ପରେ ବୈଠକ ର ସଭାପତି ଜଙ୍ଗଲ ସୁରକ୍ଷା କମିଟି ର ଅସ୍ଥାୟୀ ସଭାପତି ବୁଣୁଧର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ମୁଖ୍ୟ ବକ୍ତା ଭାବେ ଭିଏସଏସ କମିଟି ସଭାପତି ଭଜମନ ନାଏକ  ସମ୍ମାନିତ ଅତିଥି ଭାବେ ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସୁଧୀର ବାଗ,ଲିଙ୍ଗରାଜ ନାଏକ, କୁଶଧ୍ଵଜ ନାଏକ, ସୁବାସ ଖର୍ସେଲ, ଭରତ ମାଝୀ,ପୂର୍ବତନ ସଭାପତି ଭୁଜବଲ ସୋରି,ତ୍ରିନାଥ ପୋଟା, ତ୍ରିନାଥ ପୁଝାରି, କୁମରମଣି ବାଗ, ନକୁଳ ନାଏକ, ରଘୁନାଥ ନାଏକ, ନେତ୍ରମଣି ନାଏକ, ଗଜିନ୍ଦ୍ର ଧ. ମାଝୀ, ଶୁକଚନ ଚଲାନ,ଡମ୍ବରୁ ମାଝୀ, ସଞ୍ଜୟ କାଣ୍ଡ,ସମାଜସେବୀ ହିମାଞ୍ଚଳ ପୁଝାରି ଓ ଶତାଧିକ ଜଙ୍ଗଲ ସୁରକ୍ଷା କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲ ର ସୁରକ୍ଷା ନେବାପାଇଁ ଶପଥ ନେଇଥିଲେ। ଏହି ବୈଠକରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ନୂତନ କମିଟି ଗଠନ କରାଯାଇଥିଲା ।ଏହି କ୍ରମ ରେ ୫୨ ଗୋଟି ଭି ଏସ ଏସ କମିଟି ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ସର୍ବ ସମ୍ମତି।କ୍ରମେ ସଭାପତି ଭାବେ ଆଦିବାସୀ ଯୁବନେତା ହେମନ୍ତ କୁମାର ମାଝୀ, ଉପ ସଭାପତି ତ୍ରିନାଥ ପୋଟା,କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା,ସମ୍ପାଦକ ଭାବେ ଭଜମନ ନାଏକ,ସହ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ନାଏକ, ସାଙ୍ଗଠାନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠାନିକ ସମ୍ପାଦିକା ହେମାଙ୍ଗିନି ହଂସ,କୋଷାଧ୍ୟକ୍ଷ ଭୁଜବଲ ସୋରି,ପ୍ରମୁଖ ନୂତନ ଭାବେ କର୍ମକର୍ତ୍ତା ରୂପେ ମନୋନୀତ ହୋଇଛନ୍ତି। ଧର୍ମଗଡ ବନାଞ୍ଚଳ ବେହେରା ଓ ଆମପାଣି ସେକ୍ସନ ଜଙ୍ଗଲ ସୁରକ୍ଷା ପାଇଁ ଆଗାମୀ ଦିନରେ ଭିଏସଏସ କମିଟି ସହ ମିଳିତ ଭାବେ ପ୍ରାଣପଣେ ଚେଷ୍ଟା ଜାରି ରଖିବୁ ବୋଳି ନୂତନ ଭାବେ ମନୋନୀତ କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026

You Might Also Like