-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଜିଲ୍ଲା

ବୌଦ୍ଧ: ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

25-Oct-2024



ବୌଦ୍ଧ: ସ୍ଥାନୀୟ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି l ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜିଲ୍ଲାପାଳ ବୌଦ୍ଧ ସୁବ୍ରତ କୁମାର ପଣ୍ଡା,ପୁଅ ଝିଅ ସମସ୍ତ ଶିଶୁ ସମାନ, ସମସ୍ତେ ଭଲ ପାଠ ପଢିବା, ସ୍ୱାବଲମ୍ବୀ ହେଵା, ଅନୁଶାସନ ପାଳନ କରି ସମୟାନୁ ବର୍ତ୍ତିତା ସହିତ ପରମ୍ପରାକୁ ବଜାୟ ତଖିବା, ହାତଧୋଇ ଖାଇବା, ମଶାରୀ ଟାଣି ଶୋଇବା ଓ ନିଜ ନିଜର ସ୍ବପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ l ସମ୍ମାନୀତ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବୌଦ୍ଧ ଅନିରୁଦ୍ଧ ପ୍ରଧାନ, ବାଲ୍ୟବିବାହ ନିରାକରଣ ଜିଲ୍ଲା ସଂଯୋଜିକା ପ୍ରବିଜ୍ଞା ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ ପ୍ରମୁଖ ବାଳିକା ମାନଙ୍କ ବିକାଶ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉଦଘାଟନ କରିଥିଲେ l ଉଦଘାଟନ ପର୍ଯ୍ୟାୟରେ ଅତିଥି ଭାବରେ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ଉପସ୍ଥିତ ଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା l ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୁଜୁର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଅତିଥି ଭାବେ ଉକ୍ତ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ l ଉକ୍ତ ବାଳିକା ଦିବସ ଅବସରରେ ଜୁନିଅର ଓ ସିନିଅର ଦୁଇଟି ବିଭାଗରେ ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ସ୍ଲୋଗାନ ଲିଖନ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା l ଜିଲ୍ଲାର 120ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ l ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା l ଦଳଗତ ନୃତ୍ୟରେ ଜନତା ହାଇସ୍କୁଲ ବିଳାସପୁର ଛାତ୍ରୀ ମାନେ ପ୍ରଥମ, ବାଲାସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ଓ ପୁରୁଣା କଟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ l ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦ ପାଇଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ଓ ଯୁଗ୍ମ ସ୍ବର୍ଣ୍ଣ ପଦକ ପାଇଥିବା ପ୍ରାଚୀ ପ୍ରଭା ମେହେର ଙ୍କୁ ସମ୍ମାନୀତ କରାଯାଇଥିଲା l ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ ଧନ୍ୟବାଦ ଦେଇଥିଲେ l ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ l ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା,ଶିକ୍ଷକ ରାଜକୁମାର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର କରଡ଼ିଆ, ଗୋପାଳ ଅମାତ, ହୃଦାନନ୍ଦ ପ୍ରଧାନ, ସୁଶାନ୍ତ କୁମାର ମହାପାତ୍ର, ନିରଞ୍ଜନ ମେହେର,ରେଣୁବାଳା ବେହେରା, ସ୍ମିତି ମଧୁସ୍ମିତା ସାହୁ, ଗୀତାଞ୍ଜଳି ଅଚାରୀ ପ୍ରମୁଖ ବିଭିନ୍ନ ବିଭାଗର ପ୍ରତିଯୋଗିତା ଗୁଡିକ ପରିଚାଳନା କରିଥିଲେ l
 ବୌଦ୍ଧ  ଜ଼ିଲ୍ଲା ରେ ଭୋଟର ତାଲିକା ରେ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ l ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ  ସଂଶୋଧନ କାର୍ଯ୍ୟକ୍ରମ ର ଶୁଭାରମ୍ଭ  ଅବସରରେ ଚଳିତ ମାସ  29 ତାରିଖ  ଦିନ ଜ଼ିଲ୍ଲା ସଦର  ମହାକୁମା ରେ ପଥଉତ୍ସବ ଓ ୱାକଥନ  ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ଅଦ୍ୟ ତା.24.10.2024 ରିଖ (ଗୁରୁବାର ) ଜ଼ିଲ୍ଲା ପାଠାଗାର  ରେ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଉଚ୍ଚ ବିଦ୍ୟାଳୟ ସ୍ତରରେ  ସ୍ବସ୍ତିସ୍ନେହା ଶାସିନୀ, ବାଳିକା  ଉଚ୍ଚ ବିଦ୍ୟାଳୟ, ବୌଦ୍ଧ - ପ୍ରଥମ, ଆର୍ଯ୍ୟ ନାରାୟଣ  ଦେବ, ସେଣ୍ଟ ଜାଭିୟର  ସ୍କୁଲ ଏବଂ ପ୍ରିୟାନ୍ସୀ ପ୍ରତ୍ୟl ଷl ନନ୍ଦ, ଓଡିଶା ଆଦର୍ଶ ବିଦ୍ୟାଳୟ - ଦ୍ଵିତୀୟ ଏବଂ ଅନୁଶୟା  ମହାକୁଳ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର - ତୃତୀୟ  ସ୍ଥାନ, ମହାବିଦ୍ୟାଳୟ ସ୍ତର ରେ ଗଙ୍ଗାଧର ମୁନା, ଡ଼ାଏଟ, ବୌଦ୍ଧ - ପ୍ରଥମ, ଶ୍ରଦ୍ଧାଞ୍ଜଳି ସାହୁ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ଭବାନୀ ବେହେରା, ପୁରୁଣାକଟକ  ସରକାରୀ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ -ଦ୍ଵିତୀୟ ଏବଂ ରଙ୍କିତା ଡାଙ୍ଗ, ପୂଜା ମେହେର, ମା  ମାହେଶ୍ୱରୀ  ଡିଗ୍ରୀ ମହାବିଦ୍ୟାଳୟ - ତୃତୀୟ ସ୍ଥାନ ଅଧିକାର  କରିଥିଲେ l ପ୍ରବନ୍ଧ ପ୍ରତିଯୋଗିତା ରେ ଅର୍ପିତା ମେହେର, ସରକାରୀ ବାଳିକା  ଉଚ୍ଚ  ବିଦ୍ୟାଳୟ - ପ୍ରଥମ, ପୂଜାରାଣୀ  ସାହୁ, ପି. ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ - ଦ୍ଵିତୀୟ, ଶୁଭଶ୍ରୀ  ଗୁରୁ ଏବଂ ଦିବ୍ୟଜ୍ୟୋତି ମହାରଣା, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା - ତୃତୀୟ ସ୍ଥାନ ଅଧିକାର କରିଥିବା  ବେଳେ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ଡ଼ଲି ସାହୁ -ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୌଦ୍ଧ -ପ୍ରଥମ, ସାବିତ୍ରୀ ରଣା, ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ - ଦ୍ଵିତୀୟ ଏବଂ ସ୍ବସ୍ତି ମୟୀ  ଗିରି, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଏବଂ କପିଳାସ ମେହେର, ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ - ତୃତୀୟ ସ୍ଥାନ ଅଧିକାର କରିଥିଲେ l ବିଚାରକ ଭାବେ  ସଭାପତି ଜ଼ିଲ୍ଲା ଉନ୍ନୟନ  ପରିଷଦ  ଚିତ୍ତରଞ୍ଜନ ଦାଶ, ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର, ସହକାରୀ  ଶିକ୍ଷକ ନବକିଶୋର  ଦୀପ, ସାହି ତ୍ୟିକ ରମେଶ ପ୍ରସାଦ ମେହେର ଏବଂ ନୀଳ ଲୋହିତ ମହାପାତ୍ର ଯୋଗଦେଇ ବିଚାରକ କାର୍ଯ୍ୟ ତୁଲାଇଥିଲେ l ଆସନ୍ତାକାଲି (ତା.25.10) ରେ ଜ଼ିଲ୍ଲା ପାଠଗାର  ରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ଏବଂ ମହାବିଦ୍ୟାଳୟ ସ୍ତରୀୟ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଡେପୁଟି କଲେକ୍ଟର (ନିର୍ବାଚନ ) ଶାଶ୍ୱତ ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏବଂ ଡ଼ି. ଆଇ. ପି. ଆର.ଓ ରିତାକାନ୍ତି ବଳିୟାର ସିଂହ  ଙ୍କ ସଂଯୋଜନା ରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ର ଗ୍ରନ୍ଥl ଗାରିକ ଅକ୍ଷୟ କୁମାର ମହାକୁଡ଼, କନିଷ୍ଠ ରାଜସ୍ୱ  ସହାୟକ  ମଣ୍ଟୁ ପାଣ୍ଡେ, କର୍ମଚାରୀ  ଜିତେନ୍ଦ୍ର କୁମାର  ମହାନ୍ତି,ବୀର କିଶୋର କର୍ମୀ ଏବଂ ଜ଼ିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ର କର୍ମଚାରୀ ସରୋଜ  କୁମାର ବେହେରା, ଜିତେନ ମେହେର ପ୍ରମୁଖ ଉପସ୍ଥିତ ରହି  କାର୍ଯ୍ୟକ୍ରମ ରେ ସହଯୋଗ  କରିଥିଲେ l29 ଅକ୍ଟୋବର ଟାଉନ ହଲ  ଠାରେ  ବିଭିନ୍ନ ପ୍ରତିଯୋଗିତା ର କୃତୀ  ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ l
 ରାଜ୍ୟ ସ୍ତରୀୟ ତୀରନ୍ଦାଜ ଚମ୍ପିୟାନସିପରେ ବୌଦ୍ଧ ଜିଲ୍ଲାର ସଫଳତା
      ବୌଦ୍ଧ - ରାଜ୍ୟ ସ୍ତରୀୟ ତୀରନ୍ଦାଜ ଚମ୍ପିୟାନସିପ-୨୦୨୪-୨୫ ସୁନ୍ଦରଗଡ ମୁନିସପାଲ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି । ତା -୨୨ଓ ୨୩ ଅକ୍ଟୋବର ଦୁଇଦିନ ଧରି ଅନୁଷ୍ଠିତ ଏହି ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲାର ବିଭନ୍ନ ବିଦ୍ୟାଳୟରେ ମୋଟ -୧୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇ ଆସିଥିବା ୨୭୪ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ହୋଇଥିବା ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ତୀରନ୍ଦାଜୀ ୧୪ ବର୍ଷରୁ କମ ବାଳକ ବିଭାଗର ଇଣ୍ଡିଆନ ରାଉଣ୍ଡରେ ଅମ୍ଳାନ କଅଁର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରବୌଦ୍ଧ, ବ୍ରୋଞ୍ଜ ମେଡାଲ ଓ ୧୪ ବର୍ଷରୁ କମ ବାଳିକା ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ପ୍ରାଚୀପ୍ରଭା ମେହେର, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ଦୁଇଟି ରାଉଣ୍ଡରେ ପ୍ରଥମ  ସ୍ଥାନ ଅଧିକାର କରି ୨ ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ୧୭ ବର୍ଷରୁ କମ ବାଳକ ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ  ସୁବ୍ରତ ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ଦୁଇଟି ରାଉଣ୍ଡରେ ପ୍ରଥମ  ସ୍ଥାନ ଅଧିକାର କରି  ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଓଭରଅଲ ରାଉଣ୍ଡରେ ପ୍ରାଚୀପ୍ରଭା ଓ ସୁବ୍ରତ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ (ଏସ॰ଜି॰ଏଫ॰ଆଇ) ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଅମ୍ଳାନ କଅଁର ଚତୁର୍ଥ ସ୍ଥାନରେ ଅଛନ୍ତି  । ଏହି ସମସ୍ତ ତୀରନ୍ଦାଜୀ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ପ୍ରଶିକ୍ଷଣ ନେଉଥିବା ଜଣାଯାଇଛି । ଟିମ ମ୍ୟାନେଜର ଭାବେ ଶ୍ରୀ ମହେନ୍ଦ୍ର ସାହୁ ଓ ଶ୍ରୀମତୀ ସରିତା ମେହେର ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ସହଯୋଗ କରିଥିଲେ । 
   ଆନ୍ତର୍ଜାତୀୟ ବାଳିକା ଦିବସ-୨୦୨୪ ପାଳନ ଅବସରରେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କକ୍ଷଠାରେ ଆୟୋଜିତ ସଭାର ମୁଖ୍ୟ ଅତିଥି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ତିରନ୍ଦାଜୀ ପ୍ରାଚୀପ୍ରଭା ମେହେର ଓ ପ୍ରିୟଙ୍କା ପ୍ରିୟଦଶିନୀ ବେହେରାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦ୍ରା କୁଜୁର ମଧ୍ୟ  ନିଜ କାର୍ଯ୍ୟ।ଳୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘାନଶ୍ୟାମମେହେର ଜିଲ୍ଲା କ୍ରୀଡା ନିରିକ୍ଷକ ଶ୍ରୀ ଆନନ୍ଦ ବେହେରାଙ୍କ ଉପସ୍ଥିତିରେ କୃତୀ ପ୍ରତିଯୋଗୀ ପ୍ରାଚୀପ୍ରଭା,ସୁବ୍ରତ ଓ ଅମ୍ଳାନ କଅଁରଙ୍କୁ    ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିନା ପ୍ରଦାନ କରିଥିଲେ ।      
 ଏହି ସଫଳତା ନିମନ୍ତେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର ସଭାପତି ବସନ୍ତ କୁମାର ସାହୁ ଓ ସମ୍ପାଦକ ଅର୍ଜୁନ କଅଁର; ସମସ୍ତ ଆୟୋଜକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ,କ୍ରୀଡା ନିରୀକ୍ଷକ ଓ ତୀରନ୍ଦାଜ କୋଚ ଶ୍ରୀ ମାନସ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ସଫଳ ପ୍ରତିଯୋଗୀ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତର କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ଏହି ସଫଳତା ପାଇବାର ଆଶା ପୋଷଣ କରିବାସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

(ଦୁର୍ଯ୍ଯୋଧନ ବିଶିଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like