-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣିରେ ଶତାଧିକ ମହିଲାଙ୍କ ଦାବୀ ମଦ ବନ୍ଦ କରାଯାଉ,  ଲୋକଦେଖାଣିଆ ଭାବରେ ଚାଲିଛି ଅଭିଯୋଗ ଶୁଣାଣି, ଜିଲ୍ଲାପାଳଙ୍କ ଅନୁପସ୍ଥିତ ଫିକା ଫିକା ଲାଗୁଛି ଶୁଣାଣି ଶିବିର, କଲେକ୍ଟର ନାଇ ଆସନ ବଲି ଜାଣିଥିଲେ ନାଇଁ ଆଇଥିତୁ

30-Sep-2024



ଡୁଙ୍ଗୁରିପାଲି-(ଅରବିନ୍ଦ ମିଶ୍ର) ଉପାନ୍ତ ଅଂଚଳର ଲୋକେ ତାଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ପରି କୌଣସି ପ୍ଲାଟଫର୍ମ ନଥିଲା ଯେଉଁଠାରେ କି ସେମାନେ ବିନା ଖର୍ଚ୍ଚାନ୍ତ, ନିର୍ଭୟରେ  ସେମାନଙ୍କ ସମସ୍ୟା ଜିଲ୍ଲାପ୍ରଶାସନ ଆଗରେ ଉପସ୍ଥାପନ କରିପାରିବେ ।  ଏହାକୁ ଦୂର କରିବା ପାଇଁ ପୂର୍ବ ସରକାର ପ୍ରତ୍ୟେକ ବ୍ଲକ ସଦରମହକୁମାରେ ଜିଲ୍ଲାର ସମସ୍ତ ଅଧିକାରୀ, ବ୍ଲକ ଅଧିକାରୀଙ୍କ ଉପସ୍ଥିତିରେ ଗୋଟିଏ ମଞ୍ଚରେ  ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ପ୍ରସାଶନର ଅଭିଯୋଗ ଶୁଣାଣି କରାଯିବାକୁ ନିଷ୍ପତ୍ତି ନେଇଥିଲେ । ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ବ୍ଲକରେ ସୋମବାର ଦିନ ଏହା ଅନୁଷ୍ଠିତ ହେବ । ନିର୍ଦ୍ଧିଷ୍ଟ ତାରିଖରେ ହେବାକୁ ଥିବା ସମୟର ସହିତ ସବିଶେଷ ତଥ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାତ ଗୁଡିକୁ ଜଣାଇ ଦିଆଯିବା କଥା । କିନ୍ତୁ ଦିନକ ପୂର୍ବରୁ ବା ସେହି ଦିନ ହିଁ ଏହା ସାର୍ବଜନୀନ କରାଯାଇଥାଏ । ଯାହାକି ସମସ୍ତେ ଜାଣି ପାରି ନଥାନ୍ତି । ଅଧିକାଂଶ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଏହି ଶୁଣାଣି ଫିକା ପଡି ଯାଉଛି ।ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ଅଭିଯୋଗ ଗୁଡିକର ଦମ୍ ମଧ୍ୟ ରହୁନାହିଁ । ଅଧିକାରୀମାନେ ହାଲକା ଭାବରେ ଏହାକୁ ନେଉଛନ୍ତି । ଗୋଟିଏ ଗୋଟିଏ ଅଭିଯୋଗ ଉପରେ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁ ନଥିବା ଅଭିଯୋଗକାରୀମାନେ ଅଭିଯୋଗ କରୁଛନ୍ତି । ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତର ସୁଯୋଗ ନେଇ ଅନେକ ଅଧିକାରୀ

ବିଳମ୍ବରେ ଆସୁଥିବା ଦେଖାଯାଏ । ତାଙ୍କ ବଦଳରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଉନ୍ନୟନ ଅଧିକାରୀ ଅଭିଯୋଗ ଶୁଣିଥିବା ବେଳେ ଖୋଦ୍ ଜିଲ୍ଲା ଯୋଗାଣ ଅଧିକାରୀ ବିଳମ୍ବରେ ଆସିଥିଲେ ।  ଆହୁରି ମଧ୍ୟ ଅନେକ ଅଧିକାରୀ ବିଳମ୍ବର  ପହଞ୍ôଚଥିବା ଦେଖାଯାଏ । ତତ୍କାଳୀନ ଜିଲ୍ଲାପାଳ ଆବୋଲି ଶୁନୀଳ ନରୱଣେ ଅଭିଯୋଗ ଶୁଣାଣିରେ ସମ୍ବଳପୁରୀ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରତ୍ୟେକ ଅଧିକାରୀ ସେ ଦିନ ସମ୍ବଲପୁରୀ ସାର୍ଟ ପିନ୍ଧିବେ । କିନ୍ତୁ ଆଜି କାଁଭାଁ ଅଧିକାରୀଙ୍କୁ ଛାଡି ଦେଲେ ପ୍ରାୟ ସାଧାରଣ ପୋଷାକ ପରିଧାନ କରିଥିଲେ ।  ଆଜିର ଅଭିଯୋଗ ଶୁଣାଣିରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ଦେଶୀ ଚୋରା ମଦ ବନ୍ଦ ହେଉ । ଆମ ପରିବାରରେ ହସଖୁସି ରହୁ । ଏହି ବ୍ଲକର ରାମପୁର ଥାନା ଅନ୍ତର୍ଗତ ପଣ୍ଡରାପାଲି ଗ୍ରାମର ଗଜଲକ୍ଷ୍ମୀ ,ମାଁ ଚନ୍ଦଲିପାଟ, ମାଁ ଡାଲତଲିଏନ,  ମାଁ ତାରିଣୀ ଗୃପର ଶତାଧିକ ମହିଲା ଆଜି ଅଭିଯୋଗ ଶୁଣାଣିରେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦ତାରିଖ  ଗ୍ରାମର ସମସ୍ତ ମହିଲା ଗୋଷ୍ଠୀଙ୍କ ଉପସ୍ଥିତିରେ ମଦ ବିକ୍ରୀ କରାଯିବ ନାହିଁ ବୋଲି ମଦ ବିକ୍ରୀ କରୁଥିବା ବ୍ୟକ୍ତି ବିଶେଷ ପ୍ରତିଶୃତି ଦେଇଥିଲେ । ଏହା ସତ୍ତ୍ୱେ ମଧ୍ୟ ମଦ ବିକ୍ରୀ ବନ୍ଦ ନ ହେବାରୁ  ରାମପୁର ଥାନାଧିକାରୀଙ୍କୁ  ଜଣାଇଥିଲେ ।  ପ୍ରତ୍ୟେକ ଦିନ ଗାଁ ଦାଣ୍ଡରେ ମଦୁଆମାନେ ଉତ୍ପାତ କରଛନ୍ତି ।  ଘରେ ମାରପିଟ କରୁଛନ୍ତି ।  ମହିଳାମାନଙ୍କ ସହିତ ଗାଳିଗୁଳଜ ଓ ଉନ୍ନତ୍ତ କାଣ୍ଡ କରୁଛନ୍ତି ।  ଗୋିଟିଏ ପଡାର ପ୍ରତ୍ୟେକ ଘରେ ମଦର ବନ୍ୟା ଛୁଟୁଛି ।  ସବୁ ସମୟରେ ଅନାୟରେ ମଦ ମିଳୁଥିବାରୁ ଗୋଟିଏ ପିଢି ବର୍ବାଦ ହୋଇ ଗଲାଣି ।  ପାଠ ପଢିବା ବଦଳରେ ମଦ ପିଇ ମାତାଲ  ହେଉଛନ୍ତି ।  ସବୁବେଳେ ନିଶାଶକ୍ତ ରହୁଥିବାରୁ ନିଜେ ବର୍ବାଦ ହେବା ସହ ଅନ୍ୟମାନଙ୍କୁ ସାଙ୍ଗ କରି ବର୍ବାଦ କରୁଛନ୍ତି ।  ଯାହାକୁ ପରବର୍ତ୍ତି ପିଢି ପାଇଁ ଅନ୍ଧାର ଘୋଟି ଆସୁଛି । ଗାଁର ୨ ନମ୍ବର ୱାର୍ଡର ୧୦୦ ମିଟର ଦୂରତାରେ ଗୋଟିଏ ମହାବିଦ୍ୟାଳୟ, ଦୁଇଟି ଓଚ୍ଚ ବିଦ୍ୟାଳୟ, ତିନୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି । ତାସତ୍ତ୍ୱେ ମଧ୍ୟ ସେଠାରେ ମଦ କୋଠୀ ରହିଛି । ଉକ୍ତ ରାସ୍ତାରେ ସ୍କୁଲ ଗଲାବେଳେ ପିଲାମାନେ  କିଛି ନା କିଛି ଅଘଟଣର ଶୀକାର ହେଉଥିବା ନଜୀର ରହିଛି । ସେମାନେ ସ୍କୁଲକ ଯିବାକୁ ଡରୁଛନ୍ତି । ସେହିପର ିରାମପୁରରୁ ଶତାଧିକ ମହିଳା ଆଜି ଆସି ଅନୁରୁପ ଅଭିଯୋଗ କରିଛନ୍ତି ।  ରାମପୁର ସହର ମଝିରେ ବିଭିନ୍ନ ସ୍କୁଲ କଲେଜ, ଅଫିସ, ସାପ୍ତାହିକ ବଜାର, ବସଷ୍ଟାଣ୍ଡ ରହିଛି । ସେଠାରେ ମଧ୍ୟ ଦେଶୀ ଚୋରା ମଦ ୨୪ଘଣ୍ଟିଆ ମିଳୁଛି ।ଅବକାରୀ ବିଭାଗ କିମ୍ବା ପୁଲିସ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ବେପାର ବେଧଡକ ଚାଲିଛି ।  ମାସିକିଆ କୋଟା ନିତିରେ ଚାଲିଥିବାରୁ ଚୋରା ବେପାରୀ ସହିତ ଅବକାରୀ ବିଭାଗର ମଧୁ ଚନ୍ଦ୍ରିକା ରହିଛି ।  ଅନ୍ୟତମ ଗୁରୁତର  ଅଭିଯୋଗ ମଧ୍ୟରେ ସୋନପୁର ବ୍ଲକ ଛକଠାରେ  ଦୀର୍ଘ ବର୍ଷ ହେବ  ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ସେଠାରେ ସୌନ୍ଧର୍ଯ୍ୟ କରଣ ନାମରେ ଉମୂର୍ତ୍ତିକୁ ଉଚ୍ଛେଦ କରି ଦେଇଛନ୍ତି । ଉକ୍ତ ମୂର୍ତ୍ତୀକୁ ସେଠାରେ ପୁନଃ  ସ୍ଥାପନ କରାଯିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗେନ୍ଦ୍ର ଭୋଇ, ବ୍ଲକ ସଭାପତି ଶ୍ୟାମସୁନ୍ଦର ଭୋଇ ଆଜି ଅଭିଯୋଗ ପ୍ରକୋଷ୍ଠରେ ଦାବୀ କରିଛନ୍ତି । ଯଦି ଉକ୍ତ ମୂର୍ତ୍ତିକୁ ସ୍ଥାପନ କରାନ ଯାଏ ତାହେଲେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଧମକ ମଧ୍ୟ ଦେଇଛି । ଆଜିର ଅଭିଯୋଗ  ଶୁଣାଣି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାୟକ ଯୁଗ୍ମ ଅଭିଯୋଗ ଶିବିରରେ ଯୋଗଦାନ କରି  ଜନସାଧାରଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୪୫ଗୋଟିଏ ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ ।  ତନ୍ ମଧ୍ୟରୁ ବ୍ୟକ୍ତିଗତ ଦରଖାସ୍ତ ୨୨୨ ଗୋଟି ଗ୍ରହଣ କରାଯାଇଥିବାବେଳେ ୨୩ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି । ଦରଖାସ୍ତ ଗୁଡିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସଂପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ  ରାମଗୋପାଳ ହାତୀଙ୍କୁ ଶିଶୁଙ୍କ ଶିକ୍ଷା ସହାୟତା ନିମନ୍ତେ ୬ହଜାର ଟଙ୍କା, ଶ୍ରୀଧର ନାଏକଙ୍କୁ ବିବାହ ପ୍ରୋସାହନ ସହାୟତା ନିମନ୍ତେ ୫୦ ହଜାର ଓ ନରେନ୍ଦ୍ର ମେହେରଙ୍କୁ ଅନ୍ତିମ ସଂସ୍କାର ସହାୟତା ଓ ମୃତ୍ୟୁକାଳୀନ ସହାୟତା ନିମନ୍ତେ ୫ହଜାର  ଓ ୨ଲକ୍ଷ ଟଙ୍କାର ଶ୍ରମିକ କଲ୍ୟାଣ ଆର୍ଥିକ ସହାୟତାର ଡେମୋ ଚେକ ପ୍ରଦାନ କରିଛନ୍ତି । ଏଥି ସହ  ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ହିତାଧିକାରୀଙ୍କୁ ଜିଲ୍ଲା ଶ୍ରମ ବିଭାଗ ତରଫରୁ ୧୧ଜଣ ଝିଅ ବିବାହ ନିମନ୍ତେ ପ୍ରୋସାହନ ସହାୟତା, ୨ଜଣକୁ ପ୍ରସୂତୀକାଳିନ ସହାୟତା, ୨୦ଜଣଙ୍କୁ ଶିକ୍ଷା ନିମନ୍ତେ ସହାୟତା, ୩ଜଣକୁ ମୃତ୍ୟୁକାଳୀନ ସହାୟତା ଓ ୬ଜଣକୁ ଅନ୍ତିମ ସଂସ୍କାର ସହାୟତା ନିମନ୍ତେ ଅର୍ଥରାଶି ପ୍ରଦାନ କରାଯାଇଛି ।  ଏହି ପରିପ୍ରେକ୍ଷୀରେ  ବିଭାଗ ତରଫରୁ ସମୁଦାୟ ବିଭିନ୍ନ ୪୨ଜଣକୁ ମୋଟ ୧୩ଲକ୍ଷ ୪ହଜାର ୪ଶହ ଟଙ୍କା ସହାୟତା ଅର୍ଥରାଶି ସେମାନଙ୍କ ସଂଚୟ ଖାତାକୁ ଅନ୍ଲାଇନ ମାଧ୍ୟମରେ ପ୍ରଦାନ କରାଯାଇଛି । ଅତିରିକ୍ତ ବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ  ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅହଲ୍ୟା ସାହୁ ସମେତ ଜିଲ୍ଲା  ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର,  ଉପଜିଲ୍ଲାପାଳ ସୌମ୍ୟାରୂପା ରଥ, ଡା. ରମେଶ ଚନ୍ଦ୍ର ସ୍ୱାଇଁ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ଆରଡବ୍ଲୁଏସଏସ ଯନ୍ତ୍ରୀ ତପନ ପଧାନ, ଅବକାରୀ ଅଧିକ୍ଷକ ପ୍ରବୀର ସାମଲ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026

You Might Also Like