-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ରାଜ୍ୟ

ରାଜଧାନୀରେ ବଢୁଛି ନକଲି ଜମି ମାଲିକଙ୍କ ଦୌରାତ୍ମ୍ୟ, ଅସଲି ମାଲିକଙ୍କ ଅଜାଣତରେ ବିକି ଦେଉଛନ୍ତି ଜମି

16-Jul-2024



ଭୁବନେଶ୍ୱର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ):  ରାଜଧାନୀ ଉପକଣ୍ଠରେ ଆପଣଙ୍କର ଜମି ରହିଛି କି ! ତେବେ ହୋଇ ଯାଆନ୍ତୁ ସତର୍କ। କାରଣ ରାଜଧାନୀରେ ବୁଲୁଛନ୍ତି ମାଳମାଳ ନକଲି ଜମି ମାଲିକ। ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ବିକ୍ରି କରି ଦେଉଛନ୍ତି ଜମି। ଅସଲି ଜମି ମାଲିକଙ୍କ ଫଟୋ ଓ ନକଲି ଦସ୍ତଖତ କରି ଜମିକୁ ଥରେ ନୁହେଁ ୨/୩ ଥର ବି ବିକ୍ରି ହେବା ଭଳି ଘଟଣା କମ୍‌‌ ନାହିଁ।

ଗତବର୍ଷ ବଡ଼ଗଡ଼ ଥାନାରେ ରୁଜୁ ହୋଇଥିବା ଏକ ମାମଲାରୁ ଏଭଳି ଘଟଣା ସ୍ପଷ୍ଟ ହୋଇଥିଲା। ଅଭିଯୋଗ ଅନୁଯାୟୀ, ବାପୁଜୀନଗରର ଅଶୋକ କୁମାର ପଣ୍ଡା ୨୦୨୧ ମସିହା ମାର୍ଚ୍ଚ ମାସରେ ଚନ୍ଦକା ଥାନା ଅନ୍ତର୍ଗତ ନୂଆଗାଁ ମୌଜାରେ ଦୁଇଟି ପ୍ଲଟ୍‌‌ କିଣିଥିଲେ। ଶ୍ୟାମପୁର ଅଞ୍ଚଳର ବିଳାସିନୀ ବେହେରା ଓ ଅଭିମନ୍ୟୁ ବେହେରାଙ୍କ ଠାରୁ ଜମି କିଣିବା ପରେ ମ୍ୟୁଟେସନ ମାଧ୍ୟମରେ ଦୁଇଟି ଜମିର ମାଲିକାନା ନିଜ ନାମକୁ ଆଣିଥିଲେ। ଅଶୋକ ଖଜଣା ଦେବା ଓ ଜମିର କିସମ ପରିବର୍ତ୍ତନ ଆବେଦନ କରିବାକୁ ଆରଓଆର ଯାଞ୍ଚ କରିଥିଲେ। ହେଲେ ତାଙ୍କ ଖାତାରେ କୌଣସି ପ୍ଲଟ ନଥିବା ଜାଣିବାକୁ ପାଇଥିଲେ। ତାଙ୍କ ଜମିଟି ପୁଣି ମ୍ୟୁଟେସନ ହୋଇଥିବା ଜାଣିବାକୁ ପାଇଥିଲେ। କେହି ଜଣେ ଅଜଣା ବ୍ୟକ୍ତି ନିଜକୁ ଅଶୋକ କୁମାର ପଣ୍ଡା ବୋଲି ଦର୍ଶାଇ ଗତବର୍ଷ ଜୁଲାଇ ମାସ ୪ ତାରିଖ ଦିନ ଜମି ବିକ୍ରି କରିଥିବା ଜଣାପଡ଼ିଥିଲା। ବେସରକାରୀ ସଂସ୍ଥାକୁ ବିକ୍ରି କରି ଦେଇଥିଲେ। ଜମି କିଣିବା ପରେ ଉକ୍ତ ବେସରକାରୀ ସଂସ୍ଥା ମଧ୍ୟ ମାଲିକାନାକୁ ନିଜ ନାମକୁ ପରିବର୍ତ୍ତନ କରି ନେଇଥିଲା। ଅଶୋକଙ୍କ ଅଜାଣତରେ ତାଙ୍କ ଜମି ବିକ୍ରି ହୋଇଥିବା ଜାଣିବା ପରେ ସେ ଖଣ୍ଡଗିରି ସବ୍‌‌ ରେଜିଷ୍ଟ୍ରାରଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌‌ ରେଜିଷ୍ଟ୍ରାରଙ୍କ ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ବିକିବା ପରେ ପାୱାର ଅଫ୍‌‌ ଆଟର୍ନି ରାଜଧାନୀରେ ଜମି ଠକେଇ ମାମଲା ଯେତିକି ବଢ଼ୁଛି, ଠକେଇ କରିବାର ନୂଆ ନୂଆ ତରିକା ସେତେ ସାମ୍ନାକୁ ଆସୁଛି।

ଥରେ ଜମିକୁ ବିକ୍ରି କରିବା ପରେ ପୁଣି ଜଣଙ୍କୁ ପାୱାର ଅଫ୍‌‌ ଆଟର୍ନି ଦେଉଛନ୍ତି। ଆଉ ପାୱାର ଅଫ୍‌‌ ଆଟର୍ନି ହୋଲ୍ଡର ଏହାର ଫାଇଦା ନେଇ ବିଭିନ୍ନ ଲୋକଙ୍କୁ ଜମି ବିକ୍ରି କରୁଛନ୍ତି। ଜାଲ୍‌‌ ଜମି କିଣି ଲୋକମାନେ ଅସୁବିଧାରେ ପଡୁଛନ୍ତି। ରେକର୍ଡ଼ ଅଫ୍‌‌ ରାଇଟ୍ସ ପରିବର୍ତ୍ତନରେ ସମସ୍ୟା ଯୋଗୁଁ ଏଭଳି ଠକେଇ ବଢ଼ୁଛି। ଯଦିଓ ବର୍ତ୍ତମାନ ରେକର୍ଡ ଅଫ୍‌‌ ରାଇଟ୍ସ ପରିବର୍ତ୍ତନରେ ସମସ୍ୟା ହେଉନାହିଁ। କିନ୍ତୁ ପୂର୍ବରୁ କିଣାବିକା ହୋଇଥିଲେ ମଧ୍ୟ ରେକର୍ଡ ଅଫ୍‌‌ ରାଇଟ୍ସରେ ସଂଶୋଧନ ହୋଇନଥିବା ଜମିଗୁଡ଼ିକରେ ଏଭଳି ଠକେଇ କରାଯାଉଛି। ଅନ୍ୟପଟରେ ୩୦/୪୦ ବର୍ଷ ପୂର୍ବରୁ ଜମି କିଣିଥିବା ମାଲିକମାନେ ମ୍ୟୁଟେସନ କରୁନାହାନ୍ତି। ଫଳରେ ରେକର୍ଡ ଅଫ୍‌‌ ରାଇଟ୍ସ ଅପଡେଟ୍‌‌ ହୋଇ ପାରୁନାହିଁ। ଏହାର ଫାଇଦା ନେଇ ଜମି ଜାଲିଆତି କରି ସେହି ଜମିକୁ ପୁନଃ ବିକ୍ରି କରୁଛନ୍ତ। ଏପରିକି ଜମି ମାଲିକମାନେ ମଧ୍ୟ ପୂର୍ବରୁ ଥରେ ଜମି ବିକ୍ରି କରି ଆଉ ଥରେ ବିକ୍ରି କରିବାକୁ ପଛାଉ ନାହାନ୍ତି। ଦିବାକର ସାହୁ ଦାସପୁର ମୌଜାରେ ଥିବା ତାଙ୍କର ଏକ ଜମିକୁ ୧୯୮୨ ମସିହାରେ କାଞ୍ଚନମ ଆଲେକ୍ସଙ୍କୁ ବିକିବା ପରେ କାଞ୍ଚନମ ଆଲେକ୍ସ ୧୯୯୨ ମସିହାରେ ସେହି ପ୍ଳଟ୍‌‌କୁ ଶ୍ରୀମତୀ ସାବିତ୍ରୀ ଦେବୀ ଚୌଧୁରୀ ନାମକ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ। ହେଲେ ରେକର୍ଡ ଅଫ୍‌‌ ରାଇଟ୍ସରେ ଉଭୟଙ୍କ ନାମ ସଂଶୋଧନ ହୋଇନପାରି ମୂଳ ଜମି ମାଲିକ ଦିବାକର ସାହୁଙ୍କ ନାମରେ ରହିଥିଲା। ଜମି ମାଲିକ ଦିବାକର ଏହାର ସୁଯୋଗ ନେଇ ହୃଦାନନ୍ଦ ସାହୁଙ୍କ ନାମରେ ଜେନେରାଲ ପାୱାର ଅଫ୍‌‌ ଆଟର୍ନି ପ୍ରସ୍ତୁତ କରିବା ସହିତ ଜମିକୁ ବିକ୍ରି କରିବା ପାଇଁ ଅଧିକାର ଦେଇଥିଲେ। ହୃଦାନନ୍ଦ ନିଜକୁ ସେହି ଜମିର ପାୱାର ଅଫ ଆଟର୍ନିର୍ ହୋଲ୍ଡର ଦର୍ଶାଇ ମୋଟ ୨୨ ଜଣଙ୍କୁ ଜମି ବିକ୍ରି କରି ଦେଇଥିଲେ। ସବ୍‌‌ ରେଜିଷ୍ଟ୍ରାର ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରଥମେ ଦିବାକର ଓ ପରବର୍ତ୍ତୀ ସମୟରେ ହୃଦାନନ୍ଦଙ୍କୁ ଗିରଫ କରିଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like