-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
20-Jun-2024
କନ୍ଧମାଳ/ଟିକାବାଲି(ରମେଶ ପଣ୍ଡା): ଅସହ୍ୟ ଗରମରେ ହନ୍ତସନ୍ତ ଗାଁ ଠୁ ସହର । ଆଉ ଦୁଇ ଦିନ ପରେ ଜ୍ୟୈଷ୍ଠ ଯାଇ ଆଷାଢ଼ ହେବ । ବେଳେ ବେଳେ ଆକାଶ ମେଘାଚ୍ଛନ୍ନ ଦେଖାଯାଉଛି କିନ୍ତୁ ଆକାଶରୁ ପାଣି ଟୋପେ ବି ପଡ଼ୁନି, ୪୦ ରୁ ୪୨ ଡିଗ୍ରି ତାପମାତ୍ରାରେ ଏଥର ରଜପର୍ବ ପାଳିତ ହେଲା ଆଗକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା, ପ୍ରଭୂ ଜ୍ୱରରେ ଅଣସରରେ ରହିବେ ସେତେବେଳକୁ ଯଦି ବର୍ଷା ନହୁଏ ଅସହ୍ୟ ଗରମ ଅନୁଭୂତ ହେବ । ଚ଼ଷା ପୁଅ ବି ହତାଷ କାରଣ ରଜପୂର୍ବରୁ ଧାନ ବିହନ ବୁଣିଥିଲେ ଠିକ୍ ବିଲ ରୁଆ ବେଳକୁ ତଳି ଠିକ୍ ହୋଇଥାନ୍ତା, ତା' ସହିତ ଅଘୋଷିତ ବିଜୁଳି କାଟ ସମସ୍ୟାକୁ ବଢ଼ାଇ ଦେଉଛି । ପ୍ରକୃତିର ବିଚାର ଧାରାରେ ସମସ୍ତେ ବନ୍ଧା ତେଣୁ ଆଗକୁ କେଉଁ ପ୍ରକାର ପରିସ୍ଥିତି ହେଉଛି ତାହା ଦେଖିବାକୁ ବାକି ରହିଲା ।