-+91-9937148622 |
prerana_bgr@rediffmail.com |
Friday 17th May 2024 |
R.N.I. Regd No. ODIODI/2010/46693
Breaking News
29-Apr-2024
(ପ୍ରେରଣା ଖବର )
ଭାରତୀୟ ଯୋଗ ସଂସ୍ଥାନ ର ୫୮ତମ ସ୍ଥାପନା ଦିବସ ବଲାଙ୍ଗିର ର ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ପାଳିତ ହୋଇଯାଇଛି । ୧୯୬୭ ମସିହା ଏପ୍ରିଲ ୧୦ ତାରିଖ ଦିନ ଜନ୍ମଲାଭ କରିଥିବା ଏହି ସଂସ୍ଥା ଆଜି ୪୦୦୦ ରୁ ଅଧିକ ନିଃଶୁଳ୍କ ଯୋଗ ସାଧନା କେନ୍ଦ୍ର ମାଧ୍ୟମରେ ଦେଶ ତଥା ବିଦେଶରେ ଲକ୍ଷାଧିକ ଲୋକଙ୍କୁ ପ୍ରତିଦିନ ଯୋଗାଭ୍ଯାସ କରାଇ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଛି ।ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ପ୍ରାନ୍ତର ଉପପ୍ରଧାନ ଶ୍ରୀ ପ୍ରାଣବନ୍ଧୁ ବେହେରାଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାକ୍ତର୍ ସ୍ନେହଲତା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୋଗ ଅଭ୍ୟାସ ଦ୍ୱାରା କିପରି ମଣିଷ ଏକ ନିରୋଗ ଜୀବନ ଯାପନ କରିପାରିବ ସେ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀ ପ୍ରାଣବନ୍ଧୁ ବେହେରା ତାଙ୍କ ଭାଷଣରେ ସଂସ୍ଥା ର ପରିଚୟ ସହିତ ଦୀର୍ଘ ୫୭ ବର୍ଷ ଧରି ସଂସ୍ଥାନ କିପରି ମାନବ ସମାଜର କଲ୍ଯାଣ ପାଇଁ ପ୍ରୟାସ ଜାରି ରଖିଛି ସେ ବିଷୟରେ ଉପସ୍ଥାପନ କରିଥିଲେ ।ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର ମିଶ୍ର ଓ ସମ୍ବଲପୁର ଯୋଗ କେନ୍ଦ୍ରର କ୍ଷେତ୍ରମନ୍ତ୍ରୀ ଶ୍ରୀ ବିରେନ୍ଦ୍ର ମେହେର୍ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
ଏହି କାର୍ଯ୍ୟକ୍ରମରେ ଆସନ, ପ୍ରାଣାୟମ ଓ ଧ୍ଯାନ ର ଅଭ୍ୟାସକୁ ଶ୍ରୀମତୀ ଦୀପ୍ତିରାଣୀ ମହାନ୍ତି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓମ୍ ଧ୍ୱନି, ଗାୟତ୍ରୀ ମନ୍ତ୍ର, ସରସ୍ଵତୀ ବନ୍ଦନା ଏବଂ ଶେଷରେ ଶାନ୍ତିପାଠ ସାମୁହିକ ଭାବରେ ଗାନ କରାଯାଇଥିଲା । ଶ୍ରୀମତୀ ସଂସ୍କୃତି ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସାଧକ ସାଧିକା ଅଂଶ ଗ୍ରହଣ କରିଥିଲେ ।