-+91-9937148622 |

prerana_bgr@rediffmail.com |

  Sunday 9th November 2025 |

| | | |

R.N.I. Regd No. ODIODI/2010/46693

Breaking News

ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   (08-Nov-2025)       ||      ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   (08-Nov-2025)       ||      ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   (08-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    (08-Nov-2025)       ||      ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   (08-Nov-2025)       ||      ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   (08-Nov-2025)       ||      *ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   (08-Nov-2025)       ||      ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   (08-Nov-2025)       ||      ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   (08-Nov-2025)       ||      *କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   (08-Nov-2025)       ||      *ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   (08-Nov-2025)       ||      "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   (08-Nov-2025)       ||      ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ: ଓକିଲାତି ବୃତ୍ତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଏହି ବୃତ୍ତିର ଗାରିମା କିପରି ବଜାୟ ରହି ପାରିବ ତାହାକୁ ଜଗିବା ଆମ ସମସ୍ତଙ୍କ ଦାୟିତ୍ଵ: ନରସିଂହ ମିଶ୍ର    (08-Nov-2025)       ||      *ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି*   (08-Nov-2025)       ||      ଯୁବ କଳାକାରଙ୍କ ନୃତ୍ୟ ଦୁଲକିଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମଞ୍ଚ, ଝୁମିଲେ ହଜାର ହଜାର ଦର୍ଶକ   (07-Nov-2025)       ||      ଗଣିଆରେ ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (07-Nov-2025)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ;    (07-Nov-2025)       ||      *ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ରେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଟିତ*-   (07-Nov-2025)       ||      *ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ*-   (07-Nov-2025)       ||      ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ   (07-Nov-2025)       ||     

HOME   ରାଜନୀତି

ନବୀନ-ଅନଙ୍ଗଙ୍କ ବଢୁଛି ଘନିଷ୍ଠତା,ବଲାଙ୍ଗୀର ପାଇଁ ଶୁଭଙ୍କର

16-May-2024



ବଲାଙ୍ଗୀର(ପ୍ରେରଣା ଖବର ): ଏବେ ଓଡିଶା ରାଜନୀତିର ଧୂରୀଣ ରାଜନେତା ନବୀନ ପଟ୍ଟନାୟକ ଓ ତାଙ୍କର ବାଲ୍ୟବନ୍ଧୁ ଅନଙ୍ଗଙ୍କ ମଧ୍ୟରେ ଘନିଷ୍ଠତା ପୁଣିଥରେ ବଢୁଥିବା ଲକ୍ଷ୍ୟ କରାଯାଇଛି । ଅବଶ୍ୟ ଉଭୟଙ୍କ ମଧ୍ୟରେ କେବେ ମଧ୍ୟ ତିକ୍ତତା ଆସିନଥିଲେ ହେଁ ବେଳେ ବେଳେ କିଛି ଲୋକ ତାଙ୍କର ଘନିଷ୍ଠତା କମିଥିବା ଗଣମାଧ୍ୟମରେ ଆଲୋଚନା କରୁଥିଲେ । କୁଆଡେ କରୋନା ମହାମାରୀ ପରେ ଅନେକ ଲୋକ ନବୀନଙ୍କୁ ଭେଟି ପାରୁନଥିବା ନେଇ ଚର୍ଚ୍ଚା ହେଉଥିଲା । ସେଥିରେ ବଲାଙ୍ଗୀର ରାଜପରିବାର ମଧ୍ୟ ଥିବା ରାଜଧାନୀରେ ଆଲୋଚନାର ବିଷୟ ଥିଲା । କିନ୍ତୁ ଏବେ କିଛି ଦିନ ହେଲା ନବୀନଙ୍କ ସହିତ ଅନଙ୍ଗଙ୍କ ଘନିଷ୍ଠତା ଆହୁରି ନିବିଡ ଥିବା ଲକ୍ଷ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ କଣ୍ଟାବାଞ୍ଜିରେ ପ୍ରାର୍ଥିତ୍ୱ ଘୋଷଣା ପରେ ସବୁଠୁ ବେଶି ଖୁସି ହୋଇଥିଲେ ଅନଙ୍ଗଉଦୟ ସିଂଦେଓ । ସେହିଦିନ ସେ ଖୁସିରେ ଲୋକଙ୍କୁ ମିଠାବାଣ୍ଟିଥିଲେ । ଟିଟିଲାଗଡରେ ନବୀନ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସ୍ୱାଗତ କରି ନବୀନ-ଅନଙ୍ଗଙ୍କ ହାତମିଳାମିଳି -କୋଳାକୋଳି ଓ କଳିକେଶଙ୍କ ମୁଣ୍ଡରେ ନବୀନ ହାତରଖି ଆଶୀର୍ବାଦ ରାଜପରିବାର ସହିତ ନବୀନଙ୍କ ସମ୍ପର୍କକୁ ନେଇ ସମସ୍ତଙ୍କୁ ଆଉଥରେ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଏବେ ନବୀନଙ୍କ ବଲାଙ୍ଗୀର ନିର୍ବାଚନୀପ୍ରଚାରରେ ଆସିବା ସମୟରେ ଅନଙ୍ଗଙ୍କ ସପରିବାର ମନୋହରପୁର ହେଲିପେଡରେ ଉପସ୍ଥିତ ରହି ସ୍ୱାଗତ କରିବା ରୋଚକ ହୋଇଥିଲା । ମନୋହରପୁର ହେଲିପେଡରେ ଅନଙ୍ଗଉଦୟ ସିଂଦେଓ, ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଦେବୀ, କଳିକେଶନାରାୟଣ ସିଂଦେଓ, କଳିକେଶଙ୍କ ପତ୍ନୀ ମେଘନା ସିଂଦେଓ, ଅନଙ୍ଗଙ୍କ ମଝିଆପୁଅ ମନ୍ମଥବିଜୟ ସିଂଦେଓ ଉପସ୍ଥିତ ରହି ନବୀନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ନବୀନ ଓ ୫ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନ ରାଜପରିବାର ସଦସ୍ୟଙ୍କ ସହିତ ଫଟୋପୋଜ ମଧ୍ୟ ଦେଇଥିଲେ । ଆଲୋଚନା କାଳର ନବୀନଙ୍କ ମୁରୁକି ହସି ଫଟୋ ବିଜେଡିର ଏକ ନିଶ୍ଚିତ ବିଜୟର ସଂକେତ ବୋଲି ବଲାଙ୍ଗୀରରେ ଚର୍ଚ୍ଚା ହେଉଛି । 
      ଓଡିଶା ରାଜନୀତିର ଦୁଇଜଣ ପ୍ରମୁଖ ନେତାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଡୁନସ୍କୁଲ ସାଥି ଅନଙ୍ଗଉଦୟ ସିଂଦେଓ । ଦୁଇଜଣ ସାଥିହୋଇ ଡୁନସ୍କୁଲରେ ପଢିବା ସହିତ ରାଜନୈତିକ ଜୀବନର ସହଯାତ୍ରୀ ହୋଇଆସିଛନ୍ତି । ନବୀନ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓ ଅନଙ୍ଗଉଦୟ ସିଂଦେଓ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପଟଣା ମହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓଙ୍କ ସାନପୁଅ । ଉଭୟ ଜଣେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଓ ରାଜନୈତିକ ପରିବାରର । ଅନଙ୍ଗ ୧୯୭୪ ମସିହାରେ ଲୋଇସିଂହାର ବିଧାୟକ ପଦରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯୦ ମସିହାରେ ଜନତାଦଳ ଟିକେଟରେ ବଲାଙ୍ଗୀର ସଦର ଆସନରୁ ବିଧାୟକ ହୋଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ୧୯୯୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଥିଲା । କିଛି ବନ୍ଧୁଙ୍କ ସହିତ ମିଶି ବିଦେଶରେ ଥିବା ନବୀନଙ୍କୁ ଡାକିଆଣି ଓଡିଶାରେ ଏକ ନୂତନ ରାଜନୈତିକଦଳ ଗଠନ କରି ଓଡିଶାର ଚିତ୍ର ବଦଳାଇ ଦେଇଥିଲେ ଅନଙ୍ଗ । ବିଜୁ ପଟ୍ଟନାୟକଙ୍କ ପୁତ୍ର ନବୀନଙ୍କ ଦକ୍ଷତାକୁ ନେଇ ସାରା ଓଡିଶାରେ ବିଜେଡିଦଳ ଲୋକଙ୍କ ପ୍ରୀୟଭାଜନ ହେଲା । ତେବେ ବିଜେଡିର ଅନେକ ପ୍ରତିଷ୍ଠାତା ସଦସ୍ୟ ବିଭିନ୍ନ ସମୟରେ ନବୀନଙ୍କଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ବିଶ୍ୱସ୍ତ ଅନଙ୍ଗ କେବେ ମଧ୍ୟ ନବୀନଙ୍କ ଠାରୁ କିମ୍ବା ଦଳରୁ ନିଜକୁ ଦୂରେଇନେବାର ଚିନ୍ତା କରିନାହାଁନ୍ତି । ଦଳରେ ଓ ଦଳବାହାରେ ଅନେକ ଥର ଅନଙ୍ଗଙ୍କ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି କିନ୍ତୁ ନବୀନ-ଅନଙ୍ଗଙ୍କ ଯୋଡିକୁ କେହି ଭାଙ୍ଗି ପାରିନାହାଁନ୍ତି । ଅନଙ୍ଗଉଦୟ ସିଂଦେଓ ଗତ ୨୦୧୯ ମସିହାରେ ନିର୍ବାଚନ ରାଜନୀତିରୁ ନିଜକୁ ଦୂରେଇ ନେଇ ତାଙ୍କ ପୁଅମାନଙ୍କ ପାଇଁ ବାଟ ଛାଡିଥିଲେ । ସେଥିରେ ମଧ୍ୟ ନବୀନ ସହଯୋଗ କରିଆସିଛନ୍ତି । ଚଳିତଥର ଅନଙ୍ଗ ପରିବାରରୁ କଳିକେଶ ଏକମାତ୍ର ପ୍ରାର୍ଥି ବଲାଙ୍ଗୀର ସଦର ଆସନର ବିଧାୟକ ପ୍ରାର୍ଥି ହୋଇଛନ୍ତି । ତାଙ୍କର ଭବିଷ୍ୟତ ରାଜନୀତି ଚଳିତଥର ନିର୍ଦ୍ଧାରଣ ହେବ । ଏବେ କଳିକେଶ ମଧ୍ୟ ନବୀନଙ୍କ ଭରସାରେ ରହିଛନ୍ତି । ଗତ କିଛିବର୍ଷ ମଧ୍ୟରେ କଳିକେଶ ଅନେକଗୁଡିଏ ବିକାଶ ପ୍ରକଲ୍ପ ବଲାଙ୍ଗୀରକୁ ଆଣି ପାରିଛନ୍ତି । ନବୀନଙ୍କ ସହ ଅନଙ୍ଗ ପରିବାରର ଘନିଷ୍ଠତା ବଲାଙ୍ଗୀରକୁ ଶୁଭଙ୍କର ବୋଲି କୁହାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋତ୍ କଲେଜରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ   08-Nov-2025
  ଜିଲ୍ଲା  
ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା - ୨୦୨୫ ଅନୁଷ୍ଠିତ   08-Nov-2025
ବାୟୋଡିଗ୍ରେଡେବଲ୍ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍‌ଘାଟିତ   08-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାପାଳଡ. ନୃପରାଜ ସାହୁ ପାଇବେ ଚଳିତ ବର୍ଷର ସମ୍ମାନ ଜନକ ପ୍ରଶାସନିକ ସେବାରତ୍ନ ସମ୍ମାନ    08-Nov-2025
  ଜିଲ୍ଲା  
ଲୋଇସିଂହା କଲେଜ ରେ ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ   08-Nov-2025
  ଜିଲ୍ଲା  
ଜାକାଲଗୁଣ୍ଡି ଜଙ୍ଗଲରୁ ୪କ୍ୱିଣ୍ଟାଲ୫୦କେଜି ଦମ୍ପିଙ୍ଗ ଗଞ୍ଜେଇ ଠାବ   08-Nov-2025
  ଜିଲ୍ଲା  
*ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ପକ୍ଷରୁ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ* -   08-Nov-2025
  ଜିଲ୍ଲା  
ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର   08-Nov-2025
  ଜିଲ୍ଲା  
ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ କ୍ରିକେଟ ଖେଳାଳି ଚୟନ ଶିବିର ଅନୁଷ୍ଠିତ   08-Nov-2025
  ଜିଲ୍ଲା  
*କାଳିଆ ତୁଳସୀ ରଥ କମିଟି ର ଜରୁରୀ ବୈଠକ ଅନୁଷ୍ଠିତ*   08-Nov-2025
  ଜିଲ୍ଲା  
*ସୋନପୁର ର ପ୍ରାକ୍ତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ*-   08-Nov-2025
  ଜିଲ୍ଲା  
"ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ   08-Nov-2025

You Might Also Like