-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
19-Dec-2023
କର୍ଲାମୁଣ୍ଡା(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଞ୍ଚାୟତ ରେଙ୍ଗାଲୀ ଖେଳ ପଡ଼ିଆଠାରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା ପକ୍ଷରୁ ରିଂଜା ଗ୍ରାମ ପଂଚାୟତ ର ଆୟୋଜନ କ୍ରମେ ମଙ୍ଗଳବାର କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପଞ୍ଚାନନ ବାଗ,ପୂର୍ବତନ ସରପଞ୍ଚ ତ୍ରିଲୋଚନ ସାହୁ,ତେଜ ରାଜ ସାହୁ ପ୍ରମୁଖ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଖେଳ ପରିଚାଳନା ରେ ରିଂଜା ଗ୍ରାମ ପଂଚାୟତ ହାଇସ୍କୁଲ ର ଖେଳ ଶିକ୍ଷକ ପୁଲକ ଷଡ଼ଙ୍ଗୀ ଓ ଅନ୍ୟ ମାନେ ସହଯୋଗ କରିଥିଲେ।ତେବେ ପଂଚାୟତ ସ୍ତରରେ ବିଜୟୀ ଦଳ ଗୁଡିକ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବରେ ଅଂଶ ଗ୍ରହଣ କରିବା କୁ ଥିବା ସରପଞ୍ଚ ସୂଚନା ଦେଇଛନ୍ତି।