-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||     

HOME   ଜିଲ୍ଲା

ଅଷ୍ଟମ ଲୋକ କଳା ଉତ୍ସବ ସେପ୍ଟେମ୍ବର ୨୪ରୁ

19-Sep-2023



ଆସନ୍ତା ୨୪,୨୫ ଓ ୨୬ ସେପ୍ଟେମ୍ବର ୨୦୨୩ ,ତିନିଦିନ ଧରି ବଲାଙ୍ଗିର ରେ ଆୟୋଜନ ହେବ ଅଷ୍ଟମ ଲୋକ କଳା ଉତ୍ସବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଦେଶର ବଚ୍ଛା ବଚ୍ଛା ଲୋକନୃତ୍ୟ ଓ ସଂଗୀତ ଦଳ ଅଂଶ ଗ୍ରହଣ କରିବେ,ଏହି ଅବସରରେ ସରୋଜ ମହାରଣା ଙ୍କୁ ଅଷ୍ଟମ ଲୋକ କଳା ସମ୍ମାନ ପ୍ରଦାନ କରାଯିବ । ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ବରିଷ୍ଠ ସଂସ୍କୃତି ଗବେଷକ ଶ୍ରୀ ନବୀନ କୁଅଁର ଓ ଆକଶବାଣୀ ଗୀତକାର ଓ ସିନେ ଅଭିନେତା ଶ୍ରୀ ବ୍ରହ୍ମାନନ୍ଦ ବନଛୋରଙ୍କ ନିର୍ଦ୍ଧେଶନାରେ ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ଲୋକ ଗୀତ କଳାକାର ମାନଙ୍କୁ ନେଇ ତିନି ଦିନ ପ୍ରତ୍ୟହ ଲୋକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଲୋକକଳା, ଲୋକ ସଂସ୍କୃତିର ଧାରା ସବୁବେଳେ ନିତ୍ୟନୂତନ ଭାବରେ ଶିଷ୍ଟ ଗୋଷ୍ଠୀଙ୍କ ଆଗରେ ଉଭାହୋଇଥାଏ । ଆଧୁନିକତାର ପ୍ରଭାବରେ ଲୋକଗୀତ ଓ ନୃତ୍ୟ ଆଦି ହଜିଯାଉଥିବା ବେଳେ ଏହାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ଦୁଲଦୁଲି କଳାପରିଷଦ ଆଗେଇ ଆସିଛି । ଗତ ସାତବର୍ଷ ଧରି କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ,ଓଡିଶା ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ହୋଇ ଆସୁଛି ଲୋକକଳା ଉତ୍ସବ । ଏକ ଜାତୀୟ ସ୍ତରର ଆଦିବାସୀ ଗୀତ ଓ ସଂଗୀତର ମହୋତ୍ସବ ଭାବରେ ଲୋକକଳା ଉତ୍ସବ ଆୟୋଜନ ହୋଇ ଆସୁଛି । ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରୁ ଆଦିବାସୀ ଲୋକନୃତ୍ୟ ଓ ଗୀତ ଦଳ ବିଭିନ୍ନ ବର୍ଷରେ ଆସି ସେମାନଙ୍କର ଉକୃଷ୍ଟ କଳା ପ୍ରଦର୍ଶନ ଦେଖାଇ ଆସିଛନ୍ତି । ଚଳିତ ବର୍ଷ ମଧ୍ୟ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରୁ ଆଦିବାସୀ ଲୋକନୃତ୍ୟ ଓ ଗୀତ ଦଳ ଏଥିରେ ଅଂଶ ଗ୍ରହଣ କରିବେ ବୋଲି ଆଜି ଅଷ୍ଟମ ଲୋକକଳା ଉତ୍ସବର ପୋଷ୍ଟର ଉନ୍ମୋଚନ ଓ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସଭାପତି ପ୍ରଭାସ ପାଣିଗ୍ରାହୀ । ଏହି ଅବସରରେ ଏନ୍‌ଏସ୍‌ଡିଏନ ସିନେ ନିର୍ଦ୍ଦେଶକ ରାମଚନ୍ଦ୍ର ସାହୁ,ସଂଗୀତ ସାଧକ,ନିର୍ଦ୍ଦେଶକ ଶଙ୍କର ପ୍ରସାଦ ପ୍ରଧାନ, ବରିଷ୍ଠ ସଂସ୍କୃତି ଗବେଷକ ଶ୍ରୀ ନବୀନ କୁଅଁର ଅତିଥି ଭାବରେ ମଂଚାସୀନ ହୋଇଥିଲେ ।ସମ୍ପାଦକ ବାସୁଦେବ ସା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସନ୍ଦୀପ କୁମାର କୁଅଁରଙ୍କ ସଭାପରିଚାଳନାରେ ଅଷ୍ଟମ ଲୋକକଳା ଉତ୍ସବର ପୋଷ୍ଟର ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା । ଅଷ୍ଟମ ଲୋକ କଳା ଉତ୍ସବ ସେପ୍ଟେମ୍ବର ୨୪ରୁ


News Comment




Photo in News

Advertisment
Lastest News
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026

You Might Also Like