-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||     

HOME   ରାଜ୍ୟ

ଦିଲ୍ଲୀରେ ଉଗ୍ର ଚାଷୀ ଆନ୍ଦୋଳନ ବେଳେ ବିଜେଡି ପୁଣି ଖେଳିଲା ଚାଷୀ କାର୍ଡ

10-Dec-2020



(ପ୍ରେରଣା ଖବର) ଭୁବନେଶ୍ୱର: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ରାଜ୍ୟ ରାଜନୀତିକୁ ପୁଣି ଫେରିଛି ଏମ୍ଏସ୍‌ପି ପ୍ରସଙ୍ଗ। ପ୍ରାୟ ଦେଢ଼ ବର୍ଷ ପରେ ହଠାତ୍ ନିଦ ଭାଙ୍ଗିଲା ପରି ଏହି ପ୍ରସଙ୍ଗ ଉଠାଇ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇ ଗୁଣା ବୃଦ୍ଧି କରିବାକୁ ସଂଙ୍କଳ୍ପ ପାରିତ କରି କେନ୍ଦ୍ରକୁ ପଠାଇବାକୁ ଯାଉଛି ରାଜ୍ୟ। ପୁଣି ବିଜେଡି ଖେଳିଲା ଚାଷୀ କାର୍ଡ। ଗତକାଲିର କ୍ୟାବିନେଟ୍ ବୈଠକରେ ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତେବେ ବିଜେଡି ପାଇଁ ଏହି ପ୍ରସଙ୍ଗ ନୂଆ ନୁହେଁ। ଧାନର ଏମ୍ଏସ୍‌ପି ବୃଦ୍ଧି ନେଇ ପୂର୍ବରୁ ଭୁବନେଶ୍ୱରୁ ଦିଲ୍ଲୀ, ବିଧାନସଭାରୁ ପାର୍ଲାମେଣ୍ଟ ସବୁଠି ଜୋରଦାର ଦାବି କରିଥିଲା ଦଳ। ୨୦୧୭ ଓ ୧୮ରେ ସର୍ବସମ୍ମତି କ୍ରମେ ବିଧାନସଭାରେ ସଙ୍କଳ୍ପ ବି ପାରିତ ହୋଇଥିଲା। ହେଲେ ସେ ଦାବି ଏଯାଏଁ ପୂରଣ ହୋଇନି। ଏବେ ଯେତେବେଳେ ଦିଲ୍ଲୀରେ ଚାଷୀ ପ୍ରସଙ୍ଗ ସରଗରମ ରହିଛି, ଠିକ୍ ସେତିକି ବେଳେ ଏମ୍ଏସ୍‌ପି କାର୍ଡ ଖେଳିଛି ବିଜେଡି। ଗୋଟିଏ ପଟେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ୍ କରୁନଥିବା ବେଳେ ଅନ୍ୟପଟେ ଏହି ପଦକ୍ଷେପ ନେଇ ଚାଷୀଙ୍କ ସହ ରହିଛି ବୋଲି ଦଳ ବାର୍ତ୍ତା ଦେବାକୁ ଉଦ୍ୟମ କରିଛି। ବିଜେଡିର ଏଭଳି ଆଭିମୁଖ୍ୟକୁ କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି।
ରାଜ୍ୟ ପିସିସି ସଭାପତି ନିରଞ୍ଜନ ପୂଜାରି କହିଛନ୍ତି ଯେ ରାଜ୍ୟ ସରକାର ୨୦-୨୧ ବର୍ଷ ଧରି କେଉଁଠି ଶୋଇଥିଲେ ଆଜି ସ୍ୱାମୀନାଥନଙ୍କ କଥା ଶୁଣାଉଛନ୍ତି। ଏହା ଏକ ପ୍ରହସନ ବୋଲି ନିରଞ୍ଜନ କହିଥିବା ବେଳେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ସରକାର କୃଷକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏପରି କରୁଛନ୍ତି। ଉତ୍ତର ରଖି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଚାଷୀଙ୍କ ପାଇଁ ଯାହା ଉଚିତ ତାହା କୁହାଯାଉଛି। ରାଜ୍ୟରେ ଧାନର ଉତ୍ପାଦନ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୩ଶହ ୪୪ ଟଙ୍କା ବୋଲି ସରକାର ଆକଳନ କରିଛନ୍ତି। ସେଥିପାଇଁ ଚାଷୀଙ୍କୁ ୨୯ଶହ ୩୦ ଟଙ୍କା ଦେବାକୁ ବିଜେଡି ଦାବି କରିଥିଲା। ଏବେ କିନ୍ତୁ  କୁଇଣ୍ଟାଲ ପ୍ରତି ଏମ୍ଏସ୍‌ପି ୧୮୬୮ ଟଙ୍କା ରହିଛି, ହେଲେ ଅନେକ ସମୟରେ  ଅଭାବୀ  ବିକ୍ରି ଯୋଗୁ ଚାଷୀ ସେତିକି ବି ପାଉନାହିଁ। ତେଣୁ ଚାଷୀ ନେତାମାନେ ମଧ୍ୟ ଏମ୍ଏସ୍‌ପି ବୃଦ୍ଧି ପାଇଁ ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଶୈଳୀରେ ରାଜ୍ୟ ସରକାର ମଧ୍ୟ କୃଷି ସଂପର୍କିତ ଅଧ୍ୟାଦେଶ ଆଣିବା ପରେ ଗୃହରେ ବିଲ୍ ବି ଆଗତ କରିଥିଲେ। ଯେଉଁଥିରେ ଏକ ରାଜ୍ୟ, ଏକ ବଜାର ବ୍ୟବସ୍ଥା ରହିଛି। କିନ୍ତୁ ପାର୍ଲାମେଣ୍ଟ ନୂଆ କୃଷି ବିଲ୍ ଆଗତ ବେଳେ ବିଜେଡି କିଛି ସର୍ତ୍ତ ରଖି ରାଜ୍ୟସଭାରେ ବିରୋଧ କରିଥିଲା। ଏବେ ପୁଣି ଏମ୍‌ଏସ୍‌ପି ପ୍ରସଙ୍ଗ ଉଠାଉଛି। ତେଣୁ ଆଗକୁ କେନ୍ଦ୍ର ବିରୋଧୀ ଲଢ଼େଇ ପାଇଁ ଗ୍ରାଉଣ୍ଡ ଓ୍ୱାର୍କ ନା ଏସବୁ କେବଳ ଚାଷୀ ପ୍ରତି ସମର୍ଥନ ଜୁଟାଇବା ଉଦ୍ୟମ, ତାକୁ ନେଇ ଚର୍ଚ୍ଚା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026

You Might Also Like