-+91-9937148622 |

prerana_bgr@rediffmail.com |

  Friday 26th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଯୁବରାଜପୁର ରେ ରାମ ଲୀଳା ନାଟକ ଉଦଯାପିତ   (26-Apr-2024)       ||      ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ   (26-Apr-2024)       ||      ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ    (26-Apr-2024)       ||      ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      (25-Apr-2024)       ||      କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   (25-Apr-2024)       ||      ଖଣିଜ ସମ୍ପଦରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   (26-Apr-2024)       ||      ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   (25-Apr-2024)       ||      ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   (25-Apr-2024)       ||      ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||     

HOME   ଜିଲ୍ଲା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ସୁରକ୍ଷା ନେଇ ପ୍ରଶିକ୍ଷଣ ଶିବିର

20-Jun-2022



ବିନିକା(ହିମାଂଶୁ ଶେଖର ପୁଟେଲ) ଓଡ଼ିଶା ସରକାରଙ୍କ ଡିଜାଷ୍ଟର ମେନେଜମେଣ୍ଟ ବିଭାଗ ତରଫରୁ ବିନିକା ଏନଏସି ଓ ସ୍ପୋର୍ଟସ କ୍ଲବର ମିଳିତ ଆନୁକୁଲ୍ୟରେ ସ୍ଥାନିତ ସିଦ୍ଧାର୍ଥ କଲେଜ ଠାରେ ବନ୍ୟା,ବାତ୍ୟା ଓ ଦୁର୍ବିପାକ ମୁକାବିଲା ନେଇ ଏକ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି ।ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ନିହାର ରଞ୍ଜନ କୁଁଅର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା,ବାତ୍ୟା ହେଉ କି ଯେକୌଣସି ଦୁର୍ବିପାକ ହେଉ ତାର ସମ୍ଭୂଖିନ ପୂର୍ବରୁ ଆମ୍ଭେ କିପରି ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟକୁ ରକ୍ଷା କରିପାରିବା ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ,ଅଗ୍ନିଶମ ଅଧିକାରୀ ଭକ୍ତ ଚରଣ ତାଣ୍ଡିଆ,ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ,ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ,ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ,ସ୍ପୋର୍ଟସ କ୍ଲବ ତଥା ଡିଜାଷ୍ଟର ମେନେଜମେଣ୍ଟ ବିନିକା ଶାଖାର ସମ୍ପାଦକ ମନୋଜ ଦାସ ପ୍ରମୁଖ ଯୋଗଦେଇ ବିପର୍ଯ୍ୟୟ ମୁକାବିଲା ଉପରେ ସୂଚନା ପ୍ରଦାନ କରିଥିଲେ । ସଭାକୁ ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ସଂଯୋଜନା କରିଥିବା ବେଳେ ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସ୍ଥାନୀୟ ବହୁମୁଖି ବନ୍ୟା ଆଶ୍ରୟସ୍ଥଳ ଠାରେ ଗ୍ୟାସରୁ ନିର୍ଗତ ନିଆଁ ହେଉକି ଯେକୌଣସି ସମୟରେ ଯଦି କୌଣସି

ସ୍ଥାନରେ ଅଚାନକ ଜଳୁଥିବା ନିଆଁକୁ କିପରି ଆୟତ୍ତ କରାଯିବ,ବନ୍ୟା,ବାତ୍ୟା ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟ ମାନଙ୍କୁ କିପରି ବିପଦରୁ ରକ୍ଷା କରାଯାଇ ପାରିବ ସେ ଦିଗରେ ଉପସ୍ଥିତ ଛାତ୍ରଛାତ୍ରୀ,ବିଭିନ୍ନ ବିଭାଗର କର୍ମଚାରୀ,ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା,ସାଧାରଣ ଲୋକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଉପଯୁକ୍ତ ସରଞ୍ଜାମ ଗୁଡ଼ିକୁ ବ୍ୟବହାର  କରି ପ୍ରଶିକ୍ଷଣ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବରାଜପୁର ରେ ରାମ ଲୀଳା ନାଟକ ଉଦଯାପିତ   26-Apr-2024
  ଜିଲ୍ଲା  
ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ   26-Apr-2024
  ଜିଲ୍ଲା  
ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ    26-Apr-2024
  ଜିଲ୍ଲା  
ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      25-Apr-2024
  ଜିଲ୍ଲା  
କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   25-Apr-2024
  ଜିଲ୍ଲା  
ଖଣିଜ ସମ୍ପଦରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   26-Apr-2024
  ରାଜନୀତି  
ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   25-Apr-2024
  ଜିଲ୍ଲା  
ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   25-Apr-2024
  ଜିଲ୍ଲା  
ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   25-Apr-2024
  ଜିଲ୍ଲା  
ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   24-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ   25-Apr-2024
  ଜିଲ୍ଲା  
କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   25-Apr-2024

You Might Also Like