-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
20-Jun-2022
ସୁବର୍ଣ୍ଣପୁର,, ସମ୍ଭାବ୍ୟ ବନ୍ୟାର ସଫଳ ଓ ତ୍ୱରିତ ମୁକାବିଲା ନିମନ୍ତେ ଗତକାଲି ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ଜିଲ୍ଲାରେ ଥିବା ବିଭିନ୍ନ ୬ ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଠାରେ ସାମୁହିକ ଅଭ୍ୟାସ ବା ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ ପ୍ରାଶାସନିକ ବରିଷ୍ଠ ଅଧିକାରୀ ମାନେ ମକଡ୍ରିଲ କାର୍ଯ୍ୟକ୍ରମରେ ଯୋଗଦାନ କରି ଉପସ୍ଥିତ କାର୍ଯ୍ୟନିର୍ବାହୀ ଅନୁଷ୍ଠାନ ତଥା ଟାକ୍ସଫୋର୍ସ ସ୍ଵେଚ୍ଛାସେବୀ ସଭ୍ୟ ସଭ୍ୟା, ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା, ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ସମୟରେ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକୁ କିପରି ସଠିକ ଭାବେ ସମ୍ପାଦନ କରିବେ ଓ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସହାୟକ ହେବl ସହିତ ନିଜେ କିପରି ସୁରକ୍ଷିତ ରହି କାର୍ଯ୍ୟ କରିବେ, ତା ଉପରେ ଆଲୋକପାତ କରିବା ସହ ଶୂନ୍ୟ ମୃତ୍ୟୁ ଉପରେ ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି l ମକ ଡ୍ରିଲ ନିମନ୍ତେ ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ତରଫରୁ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ପାନ୍ଥନିବାସ ସୋନପୁର ଠାରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳି, ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଆରକ୍ଷୀ ଅଧିକ୍ଷକ ସୋନପୁରଙ୍କ ବାସଭବନ ପଛପାଖ ବହୁମୁଖୀ ଆଶ୍ରୟ ସ୍ଥଳି, ନିହାର ରଞ୍ଜନ କଁହର, ସିଦ୍ଧାର୍ଥ କଲେଜ, ବିନିକା ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ସୋନପୁର, ଦିଗଶିରା, ଡୁଙ୍ଗୁରିପାଲି ବ୍ଲକ, ଅଶୋକ ଭୋଇ ଉପଜିଲ୍ଲାପାଳ ବୀରମହାରାଜପୁର, ସୁବଳୟା ଟିକିରାପଡା, ବୀରମହାରାଜପୁର ବ୍ଲକ, ସୁଶ୍ରୀ ପ୍ରୟାଶୀ ପ୍ରଧାନ, ଜିଲ୍ଲା ଜରୁରୀ ଶାଖା ଅଧିକାରୀ, ମୁଣ୍ଡୋଘାଟ, ଉଲୁଣ୍ଡା ବ୍ଲକ ଠାରେ ଅନୁଷ୍ଠିତ ମକଡ୍ରିଲ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମୁଣ୍ଡୋଘାଟ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଠାରେ, ଜାତୀୟ ବିପର୍ଯୟ ପ୍ରଶମନ ବାହିନୀ ଓ ଅନ୍ୟ ପାଞ୍ଚ ଗୋଟି ବନ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ମକଡ୍ରିଲ ପ୍ରଦର୍ଶନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ଧାର କରିବାର ବିଭିନ୍ନ କୌଶଳ ଶିକ୍ଷା ଦେଇଛନ୍ତି l ଏହି ଉପଲକ୍ଷେ ପାନ୍ଥନିବାସ ସୋନପୁର ଠାରେ ସ୍ଥିତ ବନ୍ୟା ଆଶ୍ରୟ ସ୍ଥଳି ଠାରେ ଅନୁଷ୍ଠିତ ମକଡ୍ରିଲ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଙ୍କ ବାସଭବନ ପଛ ବନ୍ୟା ଆଶ୍ରୟ ସ୍ଥଳି ଠାରେ ଅନୁଷ୍ଠିତ ମକଡ୍ରିଲ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ ଯୋଗଦାନ କରିଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ଇ ଓ ମ୍ୟୁନିସିପାଲିଟି ସୂର୍ଯ୍ୟଂଶୁ ରୁଟ, ଜିଲ୍ଲା ରେଡ଼କ୍ରସ ସଂସ୍ଥାର ଉପାଧ୍ୟକ୍ଷ ସତ୍ୟନାରାୟଣ ହୋତା, ରେଡ଼କ୍ରସ ସଂସ୍ଥାର ଆଜୀବନ ସଦସ୍ୟ ଉମାକାନ୍ତ ନାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଳା ଜରୁରୀ ଶାଖାର ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ, ତଥା ସମ୍ପୃକ୍ତ ବିଭଗର କର୍ମକର୍ତ୍ତା, କମିଟି ସଦସ୍ୟ ସଦସ୍ୟା, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l