-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
24-Nov-2021
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ,ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୋଶୋଧି ବାଗ ଙ୍କ ନେତୃତ୍ୱ ଓ କୋକସରା ବ୍ଲକ୍ ମହିଳା ଓ ଯୁବଛାତ୍ର ବିଜୁ ଜନତା ଦଳ ତରଫରୁ ବୁଧବାର (ଆଜି) ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ରନ୍ଧନ ଗ୍ୟାସ୍ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜୀ କରିବା ସହ କୋକସରାବ୍ଲକ୍ ପରିସରରେ ପହଞ୍ଚିଥିଲେ ।
ପରେ ବ୍ଲକ ପରିସରରେ କୋକସରା ବିଧାୟକ ଶ୍ରୀ ବାଗ, ବରିଷ୍ଟ ବିଜେଡି ନେତା ଶ୍ରୀଯୁକ୍ତ ପର୍ଶୁରାମ ପ୍ରଧାନୀ,ଦୁର୍ଗା ପ୍ରସାଦ ନାୟକ, ଓ କୋକସରା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ଅସୋକା ନାୟକ , ବିଜେଡ଼ି ସଭାପତି ସୁଶାନ୍ତ ବେହେରା ,ମାନସ ବାଗ ଯୁବ ସଭାପତି ହେମନ୍ତ ମାଝୀ ଛାତ୍ର ସଭାପତି ମାନସ ବେହେରା ଋତୁରାଜ ମାଝୀ , ରଜନୀ ପଟନାୟକ, କ୍ଷୀର ପାତ୍ର ଓ ମହିଲା କର୍ମୀ ମାନେ ହେଲେ, ଆରତୀ ଦୁର୍ଗା, ଚଞ୍ଚଳା ଦୁର୍ଗା, ସୁଦ୍ଧମୀ ଦୁର୍ଗା ବିଦୁଲତା ଦୁର୍ଗା , ସୁଷମା ମଞ୍ଜରୀ ଦୁର୍ଗା,ଉମା କାନ୍ତି ଦୁର୍ଗାଙ୍କ ବିଳାସିନୀ ଦୁର୍ଗା ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ
ଏବଂ ଆଗାମୀ ଦିନରେ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ବିଧାୟକ ମୋସୋଧି ବାଗ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରି ଥିଲେ l ପରେ ବିଧାୟକ ମୌଷଧି ବାଗ, ମହିଳା ସଭାନେତ୍ରୀ ଅଶୋ କା ନାୟକ ବିଜେଡ଼ି ସଭାପତି ସୁଶାନ୍ତ ବେହେରା ପ୍ରମୁଖ କୋକସରା ବିଡ଼ିଓ ଶ୍ରୀମତୀ ମନୀଷା ଦାସ ଙ୍କୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ ll