-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
24-Nov-2021
ବଲାଙ୍ଗୀର/ଦେଓଗାଁ(ଅନ୍ତର୍ଯ୍ୟାମୀ ସାହୁ): ବିଦ୍ୟୁତ ବିଲ୍ ସଂଗ୍ରହ କରିବା ଦାୟିତ୍ୱ ଟାଟା ପାୱାର ହାତକୁ ଗଲା ପରେ ଦେଓଗାଁ ଅଂଚଳରେ ଏହି ସଂସ୍ଥା ତାର ମନମାନୀ କରି ଚାଲିଛି । ଏଠାରେ ଅଘୋଷିତ ବିଦ୍ୟୁତ କାଟ୍ ଏକ ନିତିଦିନିଆ ସମସ୍ୟା ପାଲଟିଥିବା ବେଳେ ମେଣ୍ଟେନେନ୍ସ୍ ନାଁ ଘଂଟା ଘଂଟା ବିଦ୍ୟୁତ ସରୋବରାହ ବନ୍ଦ ରହୁଛି । ଏଥିସହ ମାସ ଶେଷରେ ଟାଟା ପାୱାର ର ରିଡିଙ୍ଗ ବୟ ମାନେ ବିଦ୍ୟୁତ ଗ୍ରାହକ ମାନଙ୍କ ଠାରୁ ମନଇଛା ଦେୟ ସଂଗ୍ରହ କରୁଛନ୍ତି । ବିଦ୍ୟୁତ ବ୍ୟବହାର ନ କରି ମଧ୍ୟ ୧୨ଶହ ରୁ ୧୫ଶହ ଟଙ୍କା ର ବିଲ୍ ଆସୁଛି । ଟାଟା ପାୱାର ଏପରି ମନମାନୀ କରବାରକୁ ନେଇ ଦେଓଗାଁ ଅଂଚଳରେ ବିଦ୍ୟୁତ ଗ୍ରାହକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।