-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
16-Nov-2021
ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ଆଜି କାର୍ତ୍ତିକ ମାସ ପଞ୍ଚୁକ ପର୍ବ ଦ୍ଵିତୀୟ ସନ୍ଧ୍ୟା ମଳ ଦ୍ଵାଦଶୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବାବେଳେ ପ୍ରସିଦ୍ଧ ଓଡ଼ଗାଁ ସ୍ୱର୍ଣ୍ଣ କଳସ କ୍ଷେତ୍ର ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ମତ୍ସ୍ୟ ଏବଂ ଅନୁଜ ଲକ୍ଷ୍ମଣଙ୍କ କଚ୍ଛପ ବେଶ ଅନୁଷ୍ଠିତ ହୋଇଯାଇଛି ।ସନ୍ଧ୍ୟା ଆଳତୀରେ ଶ୍ରୀଜୀଉମାନେ ସୁବର୍ଣ୍ଣ ମୁକୁଟ ପରିଧାନ କରିବା ସହିତ ଶଙ୍ଖ ,ଚକ୍ର, ଗଦା ଓ ପଦ୍ମଧାରଣ କରିଛନ୍ତି। ମାତା
ଜାନକୀ ମଧ୍ୟ ସୁବର୍ଣ୍ଣ ମୁକୁଟ ସହିତ ନାନାଦି ଅଳଙ୍କାରରେ ଆଭୂଷିତ ହୋଇ ପାଶ୍ୱର୍ରେ ଦଣ୍ଡାୟମାନ। ନବଦୁର୍ବାଦଳ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଶ୍ୟାମଳମୂର୍ତ୍ତି ଉପରେ ପ୍ରଭୁଙ୍କ ଅପୂର୍ବ ବେଶକୁ ଅନେକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ ।ଶ୍ରୀ ରଘୁନାଥଙ୍କ ଠାରେ ଅନୁଭବର ଠାକୁର ଜଗନ୍ନାଥଙ୍କ ଦର୍ଶନ କରି ଅନେକ ଭକ୍ତ ଭାବବିହ୍ଵଳ ହୋଇଥିବା ଦେଖିବାକୁ ମିଳିଥିଲା।ପାଶ୍ୱର୍ରେ ମାତା ସୀତାଙ୍କ ରାଧାରାଣୀ ବେଶ ସନ୍ଦର୍ଶନ କରି ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥିବା ଆଲୋଚନା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।