-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
17-Aug-2021
ସୋନେପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ଦିବା ୧୧ ଟା ବେଳେ ସୁବର୍ଣ୍ଣପୁର ବଲାଙ୍ଗୀର ରାସ୍ତା ଜୟ ଯବାନ ପେଟ୍ରୋଲ ପମ୍ପ ନିକଟ ବାଇଗନଜୁରୀ ମୁହାଁଣୀ ରାସ୍ତାରେ ଏକ ତିନି ଚକିଆ ଲୁହା ଛଡ଼ ଲୋର୍ଡ଼ ଥିବା ଟ୍ରଲି ଗାଡି ଓଲଟି ଯିବାରୁ ଗାଡି ପଛ ପଟେ ବସିଥିବା ଜଣେ ୨୭ବର୍ଷ ର ଯୁବକ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲା l
ଖବର ପାଇ ସୁବର୍ଣ୍ଣପୁର ଅଗ୍ନିଶମ ବିଭାଗ ହାବିଲଦାର ଉଜ୍ବଳ ବେହେରା ଙ୍କ ନେତୃତ୍ୱରେ ବିଭାଗ କର୍ମଚାରୀ ତୁରନ୍ତ ପହଞ୍ଚି ଘଟଣା ସ୍ଥଳରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ସଦର ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିଲେ l ହେଲେ ଡାକ୍ତର ସେଠାରେ ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ l ଉକ୍ତ ମୃତ ଯୁବକ ବୌଦ୍ଧ ଜ଼ିଲ୍ଲା ର କଟିଆପାଲି ଗାଁ ର ମଣ୍ଟୁ ମିର୍ଧା ବୋଲି ଜଣା ପଡିଛି l