-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
13-Oct-2026
ତୁଷୁରା(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ସ୍ଥିତ କେଡିଆ ଭବନ ଠାରେ ରବିବାର ଅଗ୍ରବଂଶର ଶିରୋମଣି ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ମହାସମାରୋହ ପାଳିତ ହୋଇ ଯାଇଛି। ପ୍ରଥମେ ମହାରାଜା ଅଗ୍ରସେନଜୀଙ୍କ ଫଟୋଚିତ୍ରରେ ଅତିଥିବୃନ୍ଦ ମାଲ୍ୟାର୍ପଣ କରି ଦୀପପ୍ରଜ୍ବଳନ କରିଥିଲେ। ଏହାପରେ ତୁଷୁରା ମାରୱାଡି ସମ୍ମିଳନର ଅଧ୍ୟକ୍ଷ ଚନ୍ଦ୍ରଭାନ ଜୈନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନ ଉପାଧ୍ୟକ୍ଷ ଦୀପକ କୁମାର ଗୁପ୍ତା ମୁଖ୍ଯ ଅତିଥି ଭାବେ ଯୋଗଦେଇ ମହାରାଜା ଅଗ୍ରସେନଜୀ ସେହି ସମୟରେ ନୂତନ ଭାବେ ରାଜ୍ୟରେ ଆସି ରହିବାକୁ ଇଚ୍ଛୁକ ଥିବା ପରିବାର କିମ୍ବା କୌଣସି କାରଣ ବଶତଃ ନିଜ ସମସ୍ତ ସମ୍ପତ୍ତି ହରାଇ ଥିବା ପରିବାରଙ୍କୁ "ଗୋଟିଏ ଇଟା, ଗୋଟିଏ ଟଙ୍କା" ଦେବାକୁ ରାଜ୍ୟରେ ସମସ୍ତ ପରିବାରଙ୍କୁ କୁହାଯାଇଥିଲା। ସେହି ସମୟରେ ତାଙ୍କ ରାଜ୍ୟରେ ପ୍ରାୟ ଲକ୍ଷେ ପରିବାର ରହିଥିବାରୁ ଉକ୍ତ ସାହାଯ୍ଯ ଦ୍ବାରା ଏକ ଲକ୍ଷ ଇଟାରେ ଘର ନିର୍ମାଣ ଓ ଏକ ଲକ୍ଷ ଟଙ୍କାରେ ବ୍ୟବସାୟ କରି ନିଜ ପରିବାର ପୋଷଣ କରିପାରିବ। ରାଜ୍ୟରେ କୌଣସି ଲୋକ ଅଭାବ ରହିବ ନାହିଁ ଏପରି ଚିନ୍ତାର ବ୍ୟକ୍ତିତ୍ବ ଥିଲେ ମହାରାଜା ଅଗ୍ରସେନଜୀ ବୋଳି ମତ ପ୍ରକାଶ କରିଥିଲେ। କଳାହାଣ୍ଡି ମାରୱାଡି ସମ୍ମିଳନ ଅଧ୍ୟକ୍ଷ ନରେନ୍ଦ୍ର ଅଗ୍ରୱାଲ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ରୋହିତ ଅଗ୍ରୱାଲ ଓ ବିରେନ୍ଦ୍ର କୁମାର ଜୈନ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଆଯୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଥିଲା। ଯୁବ ଶିଳ୍ପପତି ଦୀନଦୟାଲ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ।