-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
ଡୁଙ୍ଗୁରିପାଲି, ତା ୨୮/୯ (ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଅବସରରେ ସିଂହିଯୁବା ଉଚ୍ଚ ବିଦ୍ୟାଳୟର ପୂର୍ବତନ ହିନ୍ଦୀ ଶିକ୍ଷକ ପଦ୍ମନାଭ ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ହିନ୍ଦୀ ସବୁ ଭାରତୀୟଙ୍କ ହୃଦୟର ଭାଷା ବୋଲି ମତ ପ୍ରକାଶ କରିଥିଲେ। କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧିଆ ମୁଖ୍ୟବକ୍ତା ଭାବରେ ଯୋଗଦେଇ ହିନ୍ଦୀ ଇତିହାସ ଉପରେ ଆଲୋକପାତ କରିଥିଲେ । ପରିଚାଳନା କମିଟିର ସଭାପତି ଶଙ୍କର ସାହୁ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିବାବେଳେ ସଦସ୍ୟ ସମ୍ପଦ ଖମାରୀ ତଥା ଅତିଥି ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ, ମଞ୍ଚାସିନ ହୋଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରିମୟୀ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।
ସ୍କାଉଟ ମାଷ୍ଟର୍ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ରୀ ପାୟଲ, ରୋଜି, ମନୀଷା, ନିବେଦିତା,ଡଲି, ଦିବ୍ୟା, ତିଳୋତ୍ତମା , ପ୍ରଜ୍ୱଳିତ। , ସୀମା, ରୋଶନୀ, ଝରଣା, ଜସ୍ମିନ୍ ଓ ସାଥୀ ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟର ସ୍କାଉଟ ଓ ଜୁନିଅର, ଛାତ୍ର ଛାତ୍ରୀ, ଶିକ୍ଷକ କିରଣ ପୁଟେଲ୍ ,ଲିପି ପ୍ରଧାନ, କର୍ମଚାରୀ ବିଭୀଷଣ ଖମାରୀ, ମିନିକେତନ ଦାସ , ସୁରଜ୍ ଖମାରୀ, ସମୀର କଠ।ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।