-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଲଗାଣ ବର୍ଷା ଯୋଗୁଁ ଜଳଘେରରେ ଥିବା ନବରଙ୍ଗପୁର ବ୍ଲକର ସାନ ଦହିଭଟା ଓ ବଡ ଦହିଭଟା ଗ୍ରାମ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ (Addl. Secy, R&DM) ପରିଦର୍ଶନ କରିଛନ୍ତି।ପ୍ରବଳ ବର୍ଷାରେ ଦୁଇ ଗାଁ ଜଳବନ୍ଦୀ ହୋଇଯାଇଛି, ଅନେକ ଘରେ ପାଣି ପଶିଛି ଏବଂ ଚାଷ ଜମି ପାଣିରେ ବୁଡିଛି। ଏହାର ସ୍ଥିତି ଅନୁଧ୍ୟାନ କରି ଅତିରିକ୍ତ ସଚିବ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ଓ କ୍ଷୟକ୍ଷତିର ଆକଳନ କରିଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପାଣି ନିଷ୍କାସନ, ଖାଦ୍ୟ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତହସିଲଦାର ଓ ବିଡିଓ ମଧ୍ୟ ଉପସ୍ଥିତ ଥିଲେ।ଏହି ପରିଦର୍ଶନ ସମୟରେ ଲୋକେ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି।