-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
09-Aug-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ରେଳ ଷ୍ଟେସନର ପ୍ଲାଟଫର୍ମରେ କଂକ୍ରିଟ ସିମେଣ୍ଟ ବ୍ୟବହାର କରାଯାଇଛି । । ସେଥିରେ ପୁଣି ଲୁହା ଛଡ଼ ଦିଆଯାଇ ଥିବାରୁ ଏହା ମଜବୁତ ରହିଛି । ଏହାକୁ ମେସିନ୍ ଜରିଆରେ ଉପାଡ଼ି ଦିଆଯାଉଛି । ସେହି ସ୍ଥାନରେ ପ୍ଲେଟ ଲଗାଯାଉଛି । ପୂର୍ବ କଂକ୍ରିଟ ମଜବୁତ ରହିଥିବା ବେଳେ ସାମାନ୍ୟ ପତଳା ପ୍ଲେଟ ସେଭଳି ମଜବୁତ ହେବ ନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଏ ସମ୍ପର୍କରେ ସେଠାରେ କାମ କରୁଥିବା ଲୋକଙ୍କୁ ପଚାରିବାରୁ ସେମାନେ କିଛି କହି ନ ଥିଲେ । ଏହାକୁ ବିଭାଗର ଠିକାଦାର ପୋଷା ନୀତି ବୋଲି କହୁଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି । ଉକ୍ତ କାମ ବଦଳରେ ସେଠାରେ ଯାତ୍ରୀଙ୍କ ପାଇଁ ଛାଇର ବ୍ୟବସ୍ଥା କରିଥିଲେ ଭଲ ହୋଇଥାନ୍ତା ବୋଲି ଯାତ୍ରୀ ମାନେ ମତ ଦେଉଛନ୍ତି ।