-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
04-Aug-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ ତରଫରୁ ବିଭିନ୍ନ ଦିନ ମାନଙ୍କରେ ଧର ପଗଡ ଅଭିଯାନ ଚାଲୁ ରହିଛି ।କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ବିନିକା ଅବକାରୀ ବିଭାଗ ଇନ୍ସପେକ୍ଟର ଆର ସି ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମଚାରୀ ବିନିକା ସୋନପୁର ମୁଖ୍ୟ ରାସ୍ତାର କର୍ତ୍ତଙ୍ଗ ଛକ ଠାରେ ଲୁଚି ରହିଥିଲେ। ଠିକ ସେତିକି ବେଳେ ବାଇକରେ ସୁଦର୍ଶନ ମହାନନ୍ଦ ନାମକ ଜଣେ ବ୍ୟକ୍ତି ୫୦ଲିଟର ମଦ ଧରି ଆସୁଥିଲା। ଅବକାରୀ ବିଭାଗ କର୍ମଚାରୀ ଉକ୍ତ ବ୍ୟକ୍ତିକୁ ଖାନ ତଲାସ କରି ତା ଠାରୁ ମଦ ଜବତ କରିବା ସହିତ ଗିରଫ କରିଥିଲେ। ପରେ ତା ନାଁରେ ଅବକାରୀ ମାମଲା ରୁଜୁ କରି କୋଟ ଚଲାନ କରିଥିଲେ। କୋଟରେ ବେଲ ନାମଞ୍ଜୁର ହେବାରୁ ସେ ଜେଲ ହାଜତ କୁ ଯାଇଥିବା ସୂଚନା ମିଳିଛି ।