-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
23-May-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟ ସେବାର ଉନ୍ନତି ଆଣିବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି ।ଏଥି ନିମନ୍ତେ ଆଜି ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ଵାରା ବିନିକା ର ପର୍ଯ୍ୟଟନ ସ୍ଥଳୀ ପୁଣ୍ୟପୀଠ ପାପକ୍ଷୟ ରାସ୍ତାରେ ୩୦ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାର ର ଶିଳାନ୍ୟାସ ହୋଇଛି।ମିଳିଥିବା ସୂଚନା ଅନୁସାରେ ଏହି ଅତ୍ୟାଧୁନିକ ଡାକ୍ତରଖାନା ନିର୍ମାଣ ସକାଶେ ୧୬କୋଟି ୪୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।ଆଜି ସନ୍ଧ୍ୟାରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ପାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଡାକ୍ତରଖାନାର ଶିଳାନ୍ୟାସ କରିଥିଲେ।ଏହି ଅବସରରେ ମାନ୍ୟବର ସାଂସଦ ସଂଗୀତା କୁମାରୀ ସିଂଦେଓ, ବିଧାୟକ ଇଁ ରଘୁନାଥ ଜଗଦଲା,ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ,ଭିଡିଏମ ଡକ୍ତର ପ୍ରଦୀପ ଗୁରୁ,ଏଡିଏମଓ ଡାକ୍ତର ସତ୍ୟନାରାୟଣ ପାଢ଼ୀ,ବିନିକା ଡାକ୍ତରଖାନା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟନାରାୟଣ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବିଜେପି ରାଜନୈତିକ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ପରେ ମନ୍ତ୍ରୀ ବିନିକା ନୂଆଁ ବଜାର ସ୍ଥିତ ଚୌଧୁରୀ ଉଦ୍ୟୋଗ ଠରେ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ ହେଉଥିବା କମ୍ପାନୀ ପରିଦର୍ଶନ କରିଥିଲେ ।ଏହି ଅବସରରେ ମନ୍ତ୍ରୀଙ୍କୁ ମୁଖ୍ୟ ରାସ୍ତାରେ ଶତାଧିକ ବିଜେପି କର୍ମୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ପରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ ଜାମପାଳି ଠାରେ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନରେ ଯାଇ ପାଇପ ଲାଇନ କାମର ଅଗ୍ରଗତି ଦିଗରେ ଟିକିନିଖି ଆଲୋଚନା କରି ତୁରନ୍ତ କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।