-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
23-May-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲାର ବିକାଶ ଧାରାକୁ ଗତିଶୀଳ କରିବା ତଥା ରାଜ୍ୟ ସରକାରଙ୍କ ବିକାଶ ନୀତିକୁ ତୃଣ ମୂଳ ସ୍ତରରେ ବ୍ୟବସ୍ଥିତ ପରିଚାଳନା ନିମନ୍ତେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉଜ୍ଜୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଦିନିକିଆ ସରକାରୀ ଗସ୍ତରେ ଆସି ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଭଜ୍ଜୟନ ପ୍ରକଳ୍ପର ଭିଭିପ୍ରସ୍ତର ରଖୁବା ସହ ଶୁଭ ଉଦଘାଟନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଉଲୁଣ୍ଡା ବ୍ଲକରେ, ୭ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ଅନୁମୋଦିତ ନାଏକପଡା-କାପାସିରା-ମୁଣ୍ଡଘାଟ ଭାୟା ପଲାସା ରାସ୍ତା ଉନ୍ନତି ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଥିଲେ l ବୀରମହାରାଜପୁର ବ୍ଳକର ଚମ୍ପମାଲ ଗ୍ରାମରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗନବାଡି କେନ୍ଦ୍ରର ଉଦଘାଟନ କରିଥିଲେ l ଏହି ବ୍ଲକରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ ୨ କୋଟି ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬୩ଟି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରି ଥିଲେ l
ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ବ୍ଲକ ସ୍ତରୀୟ ଆବର୍ଜନା ପୃଥକିକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ, ବ୍ଳକ ସଦର ମହକୁମା ଗ୍ରାମ ପଞ୍ଚାୟତ ନିମନ୍ତେ ୧୦ ଲକ୍ଷ ଟଙ୍କା ଓ ଅନ୍ୟ ଗ୍ରାମ ପଞ୍ଚାୟତ ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି l
ଆବାସ ଯୋଜନାରେ ଶ୍ରୀ ନାୟକ ଚମ୍ପମାଲ ଗ୍ରାମର ବିଟାକାରୀଙ୍କ ଆବାସ ଘର ପରିଦର୍ଶନ ସହ ହିତାଧୁକାରୀଙ୍କ ସହ ଭାବ ବିନିମୟ କରିଥିଲେ I ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ, ବିନିକା ସଦର ମହକୁମାରେ ୧୬ କୋଟି ୪୪ ଲକ୍ଷ ବ୍ୟୟ ଅଟକଳରେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି l
ଉଦ୍ୟୋଗ ଓ ପାନୀୟ ଜଳ କ୍ଷେତ୍ରରେ ଆବଶ୍ୟକ ପରିଚାଳନା ଓ କାର୍ଯ୍ୟନ୍ଵୟନ ପାଇଁ ଚୌଧୁରୀ ଉଦ୍ୟୋଗ ଦ୍ବାରା ବାୟୋ ଡିଗ୍ରେଡ଼ବଲ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନା ପରିଦର୍ଶନ ଓ ଜାମପାଲି ସ୍ଥିତ ପାନୀୟ ଜଳ ବିଶୋଧନାଗାର ପରିଦର୍ଶନ କରିଥିଲେ l
ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ଅବସରରେ ଜିଲ୍ଲାର ପଞ୍ଚାୟତି ରାଜ ଓ ଗ୍ରାମ୍ୟ ପାନୀୟ ଜଳ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଓ ଯନ୍ତ୍ରୀଙ୍କ ଦ୍ବାରା ବିଭାଗୀୟ କାର୍ଯ୍ୟନ୍ଵୟନର ସମୀକ୍ଷା କରି ତୃଣମୂଳ ସ୍ତରରେ ମୌଳିକ ସୁବିଧାର ଭିଭି ଭୂମିକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି | ଗସ୍ତର ଏହି ଶୁଭ ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ସହ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା, ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଜିଲ୍ଲା ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ବିନୀ ମେହେର, ବିଭାଗୀୟ ବରିଷ୍ଠ ଅଧିକାରୀ, ସମ୍ପୃକ୍ତ ବିଡ଼ିଓ, ଯନ୍ତ୍ରୀ, ସ୍ଥାନୀୟ ନେତୃ ବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ I
ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ଜିଲ୍ଲାର ବିକାଶ ଧାରାକୁ ଗତିଶୀଳ କରିବା ତଥା ରାଜ୍ୟ ସରକାରଙ୍କ ବିକାଶ ନୀତିକୁ ତୃଣ ମୂଳ ସ୍ତରରେ ବ୍ୟବସ୍ଥିତ ପରିଚାଳନା ସହ ଗୁଣବତ୍ତା ବଜାୟ ପୂର୍ବକ ଯୋଜନାର କାର୍ଯ୍ୟନ୍ଵୟନ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।