-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
23-May-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର -ବଲାଙ୍ଗୀର ରାସ୍ତାର ହରଡ଼ଖୋଲ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା l ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୮ ଜଣ ଗୁରୁତରମାନଙ୍କୁ ସୋନପୁର ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି l ସେପଟେ କଟର ମେସିନ ସାହାଯ୍ୟରେ ସୋନପୁର ଦମକଳ ବାହିନୀ କର୍ମଚାରୀ ଗାଡି ଭିତରେ ରହିଥିବା ଲୋକଙ୍କୁ ଉଦ୍ଧାର କରି ଥିବା ଜଣାଯାଇଛି । ଦୁଲଦୁଲି ଗାଡିଟି ମନମୁଣ୍ଡାରୁ ଏକ ବାହାଘର ସାରି କଳାହାଣ୍ଡିକୁ ଫେରୁଥିବା ସମୟରେ ଭରସାମ୍ୟ ହରାଇ ହରଡ଼ଖୋଲ ନିକଟରେ ଓଲଟି ପଡ଼ିଥିଲା l ଫଳରେ ଗାଡିରେ ରହିଥିବା ୨୫ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଥିବା ଜଣାଯାଇଛି l ଦୁଲୁଦୁଲି ଗାଡି ଏବଂ ବାଦ୍ୟକାରମାନେ ସମସ୍ତେ ବରଗଡ଼ ଜିଲ୍ଲା ତୁରା ଅଞ୍ଚଳର ହୋଇଥିବା ଜଣାପଡିଛି l ଖବର ପାଇ ସୋନପୁର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି l ମୃତ ବ୍ୟକ୍ତି ଦୁଇ ଜଣ ହେଲେ ମଣ୍ଟୁ ଛତ୍ରିଆ ଓ ସୁଦାମ ଛିକା l