-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
23-May-2025
ବରଗଡ଼::(ନିରଞ୍ଜନ ତ୍ରିପାଠୀ)- ଦୀର୍ଘ ଛଅ ମାସ ଧରି ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷୀ ଧାନ ଅମଳ କରି କେମିତି ଭଲ ଦି ପଇସା ପାଇବ ଓ ଖୁସୀ ରେ ପରିବାର ପ୍ରତିପୋଷଣ କରିବ ଏମିତି ଅନେକ ସ୍ୱପ୍ନ ନେଇ ଯେତେବେଳେ ମଣ୍ଡି କୁ ଧାନ ବିକ୍ରି କରିବା ପାଇଁ ଆଣି ଥାଏ, ସେତେବେଳେ ତାର ସବୁ ସ୍ବପ୍ନ ଚୁରମାର ହୋଇଯାଏ । ସେ ଜାଣିବାକୁ ପାଏ ଯେ ବିନା କଟଣୀ ଛଟଣୀ ରେ ମିଲ ମାଲିକ ଧାନ ନେବା ପାଇଁ ନାରାଜ। ଯିଏ କଟଣୀ ଛଟଣୀ ପାଇଁ ରାଜି ତାଙ୍କରି ଧାନ ମଣ୍ଡିରୁ ଉଠୁଥିବା ଅଭିଯୋଗ ନେଇ ଆଜି ଜିଲ୍ଲାପାଳ କାର୍ଯ୍ୟଳୟରେ ଧାରଣାରେ ବସି ଛନ୍ତି ଚାଷୀ ସମୂହ l ତେବେ
ଅତାବିରା ମଣ୍ଡିରୁ ଧାନ ଉଠୁ ନ ଥିବା ଅଭିଯୋଗ ଆଣି ବସିଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ମଧ୍ୟ୍ୟ ଉପସ୍ଥିତ ନ ଥିବା ଅଭିଯୋଗ କରିଛନ୍ତି। ତେବେ ବରଗଡ଼ ଜିଲ୍ଲାରେ ଧାନକିଣା ବିକା ପ୍ରକ୍ରିୟା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅତାବିରା ମଣ୍ଡିରେ ଏପର୍ଯ୍ୟନ୍ତ ଧାନ ଉଠୁନ ଥିବା ଓ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଟନୀ ଚଟନୀ କରିବା ପରେ ମଣ୍ଡିରୁ ଉଠୁଛି ଧାନ।ଏନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରେ ଚାଷୀ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ବିନା କଟଣୀ ଛଟଣୀ ରେ ଧାନ ଉଠିବ ନାହିଁ ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସମୂହ ।