-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
06-May-2025
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁରରେ ଗତକାଲି ନୂତନ ଏସପି ଶ୍ରୀ ନାରାୟଣ ନାୟକ ଯୋଗ ଦେଲା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଜିଲ୍ଲା ପୋଲିସ ଅଫିସ ସଭା ଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସପି ଶ୍ରୀ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଏସପି, ଡି ଏସ ପି, ସୋନପୁର, ବୀର ମହାରାଜ ପୁର ଏସ ଡି ପି ଓ ଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଏଵଂ ଫାଣ୍ଡି ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଆମ ପୋଲିସ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳନା କରି ସଧାରଣ ଲୋକଙ୍କୁ ସଠିକ ନ୍ୟାୟ, ଉତ୍ତମ ପୋଲିସ ସେବା ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଏବଂ କ୍ରାଇମ୍ ରୋକିବାକୁ ଶ୍ରୀ ନାୟକ ପରାମର୍ଶ କରିଥିଲେ। ଏବଂ ନିଜ ନିଜ ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ, ଛିନତାଇ, ଚୋରୀ ଡକାୟତି, ନିଶା କାରବାର, ଦୁର୍ଘଟଣା ରୋକିବାକୁ ଓ ଅସାମାଜିକ କାର୍ଯ୍ଯ କଳାପକୁ ରୋକିବାକୁ ସଂକଳ୍ପ ନେଇଥିଲେ।