-+91-9937148622 |
prerana_bgr@rediffmail.com |
Friday 26th April 2024 |
R.N.I. Regd No. ODIODI/2010/46693
Breaking News
19-May-2022
ପାଟଣାଗଡ଼(ରୁପେନ୍ଦ୍ର ମୁଣ୍ଡା) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗାଁର ସରକାରୀ ବିଦ୍ୟାଳୟ କୋଠରୀ ଦୀର୍ଘ ପାଞ୍ଚ ମାସ ରୁ ଅଧିକ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ବିଦ୍ୟାଳୟ ର କାମ ଆରମ୍ଭ ମନ୍ଥନ ଗତିରେ କାମ ହେଉଥିବା ରୁ ବର୍ତ୍ତମାନ ସୁଦ୍ଧା ସ୍କୁଲ ଗୃହ ସମ୍ପୂର୍ଣ୍ଣ ଭାବେ ହେଇ ନଥିବାରୁ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ କୋଠରୀ ଅଧପନ୍ତରିଆ ହୋଇ ପଡ଼ିଥିଲେ ମଧ୍ୟ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହିତ ତୁରନ୍ତ ବିଦ୍ୟାଳୟ କୋଠାରୀ ନିର୍ମାଣ କରିବା ପାଇଁ ଗ୍ରାମବାସୀ ତଥା ଜନସାଧାରଣ ରେ ଦାବି ହେଉଛି ।