-+91-9937148622 |
prerana_bgr@rediffmail.com |
Friday 26th April 2024 |
R.N.I. Regd No. ODIODI/2010/46693
Breaking News
23-Jan-2022
ବରଗଡ଼:- ସ୍ଥାନୀୟ ବରିଷ୍ଠ ନାଗରିକ କାର୍ଯ୍ୟାଳୟ ପରିସରରେ ଗୁରୁ ଭଗବାନ ସାହୁ ଜିଲ୍ଲା ସ୍ମୃତି କମିଟି ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ସୁବାସ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହା ସଂଘ ତଥା ସାମ୍ବାଦିକ ରକ୍ଷାକାରୀ ବିଶି ସଭାପତି କେଦାର ମିଶ୍ର, ସଂପାଦକ ପ୍ରଦୀପ ଦେବତା,ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଥିଲେ, ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦଧିବାମନ ଶତପଥୀ, ଲୁଲୁ ରବୀନ ଦାସ, ଡ ତପସ୍ବିନୀ ଗୁରୁ, ଜୟଶ୍ରୀ ସାହୁ,ନୁରାବତୀ ସାହୁ,ମନୋରଞ୍ଜନ ମେହେର,ତୁଳସୀ ଚରଣ ଦାଶ, ତରଣୀ ସେନ ବୁଧିଆ,ପଞ୍ଚାନନ ବାରିକ, ଉଦ୍ଧବ ବେହେରା,କାହ୍ନୁ ପୃଷ୍ଟି, ଶିବାନନ୍ଦ ମଟାରୀ,ସମେତ ଅନେକ ସଦସ୍ୟ ଯୋଗଦେଇ ନିଜ ନିଜ ବକ୍ତବ୍ଯ ରଖିଥିଲେ । ଶେଷରେ ରବୀନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।।