-+91-9937148622 |

prerana_bgr@rediffmail.com |

  Saturday 20th April 2024 |

| | | |

R.N.I. Regd No. ODIODI/2010/46693

Breaking News

ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   (19-Apr-2024)       ||      ମଦ କାରବାରରେ ଜଣେ ଗିରଫ   (19-Apr-2024)       ||      ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   (19-Apr-2024)       ||      ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    (19-Apr-2024)       ||      ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   (19-Apr-2024)       ||      ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   (19-Apr-2024)       ||      ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   (19-Apr-2024)       ||      "ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   (19-Apr-2024)       ||      ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   (19-Apr-2024)       ||      ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   (19-Apr-2024)       ||      ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   (19-Apr-2024)       ||      ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   (19-Apr-2024)       ||      ନାରାୟଣପ୍ରସାଦ ନିକଟରେ ମାଓ ପୋଷ୍ଟର   (18-Apr-2024)       ||      ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ଏବଂ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଆଜି ଠାରୁ ନାମାଙ୍କନ ପାତ୍ର ଦାଖଲ, ଜିଲ୍ଲାପାଳ, ଏସ ପି ସାମ୍ବାଦିକ ସମ୍ମିଳନୀ   (18-Apr-2024)       ||      ନବୀନଙ୍କ ଦ୍ବୈତପ୍ରାର୍ଥୀତ୍ବରେ କଣ୍ଟାବାଞ୍ଜି  : କେଉଁଟି ହେବ ଜିଲ୍ଲା  , ଟିଟିଲାଗଡ ନା କଣ୍ଟାବାଞ୍ଜି  ?   (18-Apr-2024)       ||      ମାନ୍ୟବର ମୁଖ୍ୟମନ୍ତ୍ରୀ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ କଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କଣ କରିବେ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ    (18-Apr-2024)       ||      ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ବିଭିନ୍ନ ଗ୍ରାମରେ ନିର୍ବାଚନୀ ପ୍ରଚାର , ରାଜ୍ୟରେ ଡବଲ ଇଂଜିନ୍ ସରକାର ଆସିଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିବ   (18-Apr-2024)       ||      ସୁବର୍ଣ୍ଣପୁରରେ ଧୁମ୍ ଧାମରେ ପାଳିତ ହେଲା ରାମ ଶ୍ରୀ ନବମୀ ପର୍ବ   (18-Apr-2024)       ||      ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ   (18-Apr-2024)       ||      ମିଛ ଚିକିତ୍ସକ ପଦବୀ ପାଇଥିବା ବ୍ୟକ୍ତିଙ୍କ ସତ ଅବଦାନ   (18-Apr-2024)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ : ସମାଜକୁ ପ୍ରଭାବିତ ନ କରି ସମାଜ ର ହିତ ପାଇଁ ଗଣମାଧ୍ୟମ କାର୍ଯ୍ୟ କରୁ- ଏଡିଏମ ସୁବର୍ଣ୍ଣପୁର

16-Nov-2021



ସୋନପୁର,(ମନୋରଞ୍ଜନ ତ୍ରିପାଠୀ) : ଆଜି ଦିନ 10.30 ଘ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବ୍ଯୋମକେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ  ବିଗତ କରୋନା ମହାମାରୀ ଏକ ମାୟାବୀ ଯୁଦ୍ଧ ଥିଲା କିନ୍ତୁ ଏହାର ପରବର୍ତୀ ସମୟରେ ପ୍ରଶାସନ ଓ ଗଣମାଧ୍ୟମ ର  ଭୂମିକା ଦାୟିତ୍ୱ କର୍ତ୍ତବ୍ୟ କଣ  ରହିବା ଉଚିତ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ l ଏବଂ ସମାଜ କୁ ନକାରାତ୍ମକ ଦିଗ ରେ ପ୍ରଭାବିତ ନ କରି ଏହାର  ହିତ ପାଈଁ  କାର୍ଯ୍ୟ କରିବାକୁ ପରାମର୍ଶ କରିଥିଲେ l ଏବଂ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ୍ ମିଞ୍ଜ୍, ବକ୍ତା ଭାବେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ  ସୁବର୍ଣ୍ଣପୁର ଶାଖା ସମ୍ପାଦକ ନିରଞ୍ଜନ ମିଶ୍ର, ଏବଂ ମୁଖ୍ୟ ବକ୍ତା ଭାବେ ଦୈନିକ ସମାଜ ଜିଲ୍ଲା ପ୍ରତିନିଧି ସ୍ଵାଧୀନ କୁମାର ମେହେର ଯୋଗଦାନ କରିଥିଲେ I ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର  ଭୋଇ ସ୍ଵାଗତ ସମ୍ଭାଷଣ ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ I ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ଏ ବର୍ଷ ପ୍ରେସ ଦିବସ ଉପଲକ୍ଷେ ବାର୍ତ୍ତାଥିଲା - ମହାମାରୀ ସମୟରେ ଗଣମାଧ୍ୟମ, ଏକ ନୂତନ ଆହ୍ଵାନ I ଅତିଥିମାନେ ଏବଂ ବକ୍ତାମାନେ ଏହା ଉପରେ ବିଷଦ ଭାବରେ ନିଜର ମତାମତ ରଖିବା ସହିତ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ନିରପେକ୍ଷ ଓ ନିର୍ଭୀକ ଭାବରେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ପାଇଁ ଆହ୍ଵାନ

ଦେଇଥିଲେ l  ସଭାରେ ଅଂଶ ଗ୍ରହଣ କରିଥିବା ସମସ୍ତ  ସାମ୍ବାଦିକ ଏବଂ ଅତିଥି ମାନଙ୍କ ମଧ୍ୟରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରିପୋର୍ଟର ମାନେ ସେମାନଙ୍କ କରୋନା କାଳର ଅଭିଜ୍ଞତା ଏବଂ ନିଜର ବିଭିନ୍ନ ଅସୁବିଧା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ I ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀ ଗୋରେଖନାଥ ସାହୁଙ୍କ ଅନୁପସ୍ଥିତି ରେ ତାଙ୍କ ପ୍ରେରିତ ଶୁଭେଚ୍ଛା ବାର୍ତ୍ତା ପଠନ କରାଯାଇଥିଲା I ସଭାର ସଭାପତି ଶ୍ରୀ ବ୍ୟୋମକେଶ ଦାଶ କରୋନା ମହାମାରୀ କାଳରେ ଜିଲ୍ଲା ର  ସାମ୍ବାଦିକ ମାନଙ୍କର ସକ୍ରିୟ ଭୂମିକାକୁ ପ୍ରଶଂସା କରିବା ସହିତ ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିଥିଲେ I ଶେଷରେ ଓଡିଶା ସାମ୍ବାଦିକ ସଂଘ, ସୁବର୍ଣ୍ଣପୁର ଶାଖା  ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ l ଆଜିକାର ଏହି ସଭାରେ ଜିଲ୍ଲାର ସମସ୍ତ ଛଅଟି ବ୍ଲକର ଶତାଧିକ ସାମ୍ବାଦିକ ଯୋଗଦାନ କରିଥିବା ବେଳେ ସାମ୍ବାଦିକ ଶେଷଦେବ ବାରିକ, ଦିଲ୍ଲୀପ ପାତ୍ର, ବନମାଳୀ ପୋଢ଼, କୁଶ ବଘାର, ଧ୍ରୁବରାଜ ମିଶ୍ର, ବିନୟ ରଞ୍ଜନ ପ୍ରଧାନ ପ୍ରମୁଖ ନିଜ ନିଜର ଅଭିଜ୍ଞତା ବାଣ୍ଟିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ନାମ ଯଜ୍ଞରେ ଗୁଳି ମାଡ଼ ଘଟଣା, ବନ୍ଧୁକ, ଗୁଳି ସହ ୩ ଅଭିଯୁକ୍ତକୁ ଗିରଫ   19-Apr-2024
  ଜିଲ୍ଲା  
ମଦ କାରବାରରେ ଜଣେ ଗିରଫ   19-Apr-2024
  ଜିଲ୍ଲା  
ଗୋଚର ଜମି ଜବର ଦଖଲ ଉଛେଦ ଦାବୀ ରେ ଆଡ଼କଟାଗ୍ରାମ ବାସୀ ତହସିଲ ଓ ଥାନା ଘେରାଉ   19-Apr-2024
  ରାଜନୀତି  
ଖୁଣ୍ଟିଗୋରା କ୍ରିକେଟ କ୍ଲବର ବୈଠକ    19-Apr-2024
  ଜିଲ୍ଲା  
ଡାବୁଗାଁ ବ୍ଲକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦୋଳ ଛାଡି ବିଜେଡି ରେ ଯୋଗଦେଲ ୧୨୭ଜଣ କର୍ମି ।   19-Apr-2024
  ରାଜନୀତି  
ଚୁଡ଼ାପାଲି ର ଭୋଇପାଲି , ସାରସପିଟା ଗ୍ରାମ, ଢୁଳୁସର ଗ୍ରାମ ର ଗଣ୍ଡ ସମାଜ ର ୪୩ ଜଣ ରୁ ଉର୍ଦ୍ଧ ବଲାଙ୍ଗିର ବିଜେଡି ରେ ସାମିଲ   19-Apr-2024
  ଜିଲ୍ଲା  
ନିର୍ବାଚନୀ ଖର୍ଚ୍ଚ ତଦାରଖ ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ -   19-Apr-2024
  ଜିଲ୍ଲା  
"ଗ୍ରାମ ଡାକ୍ତର" କିମ୍ବା "କ୍ୱାକସ୍" ପ୍ରତି ନକାରାତ୍ମକ ମନୋଭାବ   19-Apr-2024
  ଜିଲ୍ଲା  
ଶବକୁ ସମ୍ମାନ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଲକ୍ଷ୍ୟ; ପ୍ରଥମେ ଉଦ୍ଧାର କରି ଚିକିତ୍ସା ଠାରୁ ଅନାହାରରେ ମୃତ୍ୟୁ ପରେ ପଚା ଶବକୁ ଉଠାଇ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ"   19-Apr-2024
  ଜିଲ୍ଲା  
ଶ୍ୟାମା ଶ୍ୟାମ ସତ୍‌ସଙ୍ଗ, ବଲାଙ୍ଗୀର ଶାଖା ଆନୁକୂଲ୍ୟରେ ରାମ ନବମୀ ଉତ୍ସବ ପାଳିତ   19-Apr-2024
  ଜିଲ୍ଲା  
ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀମାନେ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ-ଭାଜପା   19-Apr-2024
  ରାଜ୍ୟ  
ବାଞ୍ଜିବାହାଲିରେ ବିଜେଡିର ବ୍ଲକ ସ୍ତରୀୟ ଏସ୍‌.ସି ସମାବେଶ   19-Apr-2024

You Might Also Like