ବଲାଙ୍ଗିର ଓଡିଶା-ମୋ ପରିବାର ତରଫରୁ ଭୀମଭୋଇ ମେଡିକାଲ ରେ ରକ୍ତଦାନ ଶିବିର
13-Nov-2021
ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ରକ୍ତ ଭଣ୍ଡାର ଠାରେ ଓଡିଶା ମୋ ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଓଡିଶା ମୋ ପରିବାର ବଲାଙ୍ଗୀର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ସ୍ବେଛାସେବୀ ଯୁବକ ଓ ବିଜେଡି କର୍ମୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ରକ୍ତ ଅଭାବରୁ ଯେମିତି ଜଣେ ବି ଲୋକଙ୍କ ଜୀବନ ନ ଯାଏ ତାହା ଓଡିଶା ମୋ ପରିବାରର ଲକ୍ଷ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ମଧ୍ୟ ରହିଛି । ସେଥିପାଇଁ ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ରକ୍ତ ଦାନ କରିବା ପାଇଁ କାହାକୁ ବାଧ୍ୟତାମୂଳକ କରାଯାଇନଥାଏ ଲୋକେ ସ୍ବେଚ୍ଛାକୃତ ଭାବେ ଆଗେଇ ଆସି ରକ୍ତଦାନ କରୁଛନ୍ତି । ଓଡିଶା ମୋ ପରିବାରର ଏହି ମିଶନ ଯୋଗୁ ଆଜି ରାଜ୍ୟର କୌଣସି ସ୍ଥାନରେ ରୋଗୀ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ପଡୁନାହାନ୍ତି ବୋଲି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ସୂଚନା ଦେଇଛନ୍ତି ।