-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
02-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ଆଜି ମଙ୍ଗଳବାର ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସେଲର ଡଃ ଉମା ବଲ୍ଲଭ ମହାପାତ୍ର ଓ ନିର୍ଦ୍ଦେଶକ ସିଡିସି ପ୍ରଫେସର ଡ଼ଃ ବିଘ୍ନେସ ପ୍ରସାଦ ମିଶ୍ର ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଗସ୍ତରେ ଆସି ବିଶ୍ଵ ବିଦ୍ୟାଳୟ ର ପ୍ରଥମ ସହବନ୍ଧିତ ମହାବିଦ୍ୟାଳୟ ଭାବରେ ପତ୍ର ସଂଖ୍ୟା ୧୩୫୬ ତା ୧/୧୧/୨୦୨୧ ଜରିଆରେ ଘୋଷାଣାନାମା ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ଙ୍କୁ ପ୍ରଦାନ କରିଥିବାରୁ ସାରା ଅଞ୍ଚଳ ଶିକ୍ଷା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି l ଡଃ ମହାପାତ୍ର ଓ ଡଃ ମିଶ୍ର ଆଜି କଲେଜ କେମ୍ପସ୍ କୁ ପହଞ୍ଚିବା ପରେ ଅଧ୍ୟକ୍ଷଙ୍କ ନେତୃତ୍ୱରେ ସମସ୍ତ ଷ୍ଟାଫ ମୁଖ୍ୟ ଗେଟ ସମ୍ଭୁଖରୁ ସ୍ୱାଗତ ଜଣାଇ ପାଛୋଟି ଆଣିଥିଲେ l କଲେଜ ପରିଦର୍ଶନ ବେଳେ କଲେଜର ଭିତ୍ତିଭୂମି ତଥା ସୌଖିକ ବାତାବରଣ ଉପରେ ସମୀକ୍ଷା କରି ଖୁସି ପ୍ରକଟ କରିବା ସହ ମହାବିଦ୍ୟାଳୟର ବିକାଶ ପାଇଁ ବିଶ୍ବ ବିଦ୍ୟାଳୟ ତରଫରୁ ଆନୁଷ୍ଠାନିକ ଭାବେ ସମସ୍ତ ପ୍ରକାର ସହଯୋଗ
ଯୋଗାଇ ଦିଆଯିବ ବୋଲି ଡଃ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ l ଏହି ଅବସରରେ କଲେଜର ବରିଷ୍ଠ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ,ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ,ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ଵାଳ,ହରିଶ୍ଚନ୍ଦ୍ର ହୋତା,ରୁଦ୍ର ନାରାୟଣ ସାହୁ,ବିଶ୍ୱଜିତ ମିଶ୍ର, ପ୍ରିତମ ପଣ୍ଡା,ଭଗବାନ ସାହୁ,ମାନସ ମିଶ୍ର,ଅଧ୍ୟାପିକା ରୁବୀ ପୂଜାରୀ,ମିତାଳି ପ୍ରଧାନ,ଭାରତୀ ବାବୁ, ବରିଷ୍ଠ କିରାଣି ପ୍ରକାଶ ଦାଶ,ସନ୍ତୋଷ ପଣ୍ଡା,ବିକ୍ରମ ମେହେର,ଶ୍ରୀକାନ୍ତ ମେହେର ପ୍ରମୁଖଙ୍କ ସମେତ କଲେଜର ଅଧ୍ୟାପକ/ଅଧ୍ୟାପିକା ଓ ଷ୍ଟାଫ ଉପସ୍ଥିତ ଥିଲେ l