-+91-9937148622 |
prerana_bgr@rediffmail.com |
Tuesday 16th August 2022 |
R.N.I. Regd No. ODIODI/2010/46693
Breaking News
29-Oct-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଜାତୀୟ ସେବା ସଂଗଠନ ଓ ଯୁବ ରେଡ଼କ୍ରସ ତରଫରୁ ସୋନପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦିବସ ପାଳିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରିତାରାଣୀ ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ l ଓଡିଶାବାସୀ ସାମ୍ନା କରୁଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି, ଭୂମିକମ୍ପ ତଥା ଜଙ୍ଗଳପୋଡି ଉପରେ ଆଲୋଚନା ହୋଇଥିଲା l ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ମହାବାତ୍ୟାର କରାଳ ରୂପ, ଧନଜୀବନ କ୍ଷତି ତଥା ଏହାର ବିଭୀଷିକା ଉପରେ ଅଧ୍ୟାପିକା ଏବଂ ଅଧ୍ୟାପକ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ବର୍ତ୍ତମାନ ବିଜ୍ଞାନ କାରିଗରୀ କୌଶଳ ର ଉନ୍ନତି ଯୋଗୁଁ ଆମେ ଆଗୁଆ ସୂଚନା ପାଇ ପାରୁଛୁ l ଏହା ଦ୍ୱାରା ଧନଜୀବନ ହାନି ଓ ଅନ୍ୟାନ୍ୟ କ୍ଷୟକ୍ଷତି ସୁରକ୍ଷିତ ହୋଇ ପାରୁଛି l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇ ପୁର୍ଣିମା ମିଶ୍ର, ସଂଜୁରାଣୀ ସିଂ, ପ୍ରଭାସିନୀ ରଥ, ମଦନ ସୁନ୍ଦର କ୍ଷେତି, ଦୁଃଖିଶ୍ୟାମ ମେହେର, ମଦନ ମୋହନ ପଣ୍ଡା, ଅନ୍ତର୍ଯ୍ୟାମୀ ମିଶ୍ର, ଆଶୁତୋଷ ପରଡିଆ ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ l