-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
29-Oct-2021
ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ସକମା ଠାରେ ଥିବା ଏକ ଘରୋଇ କଲେଜର ହଷ୍ଟେଲରେ ଗତ ୨୬ ତାରିଖରେ ଆଶା ମେହେର ନାମକ ଜଣେ + ୨ ବିଜ୍ଞାନ ଛାତ୍ରୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବାର ଖବର ମିଳିଥିଲା । ଆତ୍ମହତ୍ୟା ଘଟଣା ପରେ ଝିଅର ପରିବାର ଲୋକେ ଆମ ଝିଅକୁ ମାରି ଦିଆଯାଇଛି ବୋଲି ଏକ ଅଭିଯୋଗ ଆଣିଥିଲେ । ତେବେ ପୋଲିସ ର ଅନୁସନ୍ଧାନକାରୀ ଦଳର ରିପୋର୍ଟ ଆଧାରରେ ଝିଅର ମୃତ୍ୟୁ ଆତ୍ମହତ୍ୟା ଜନିତ ଏବଂ ଏହି ଘଟଣାରେ ଝିଅକୁ ହତ୍ୟା କରାଯାଇଥିବାର କୌଣସି ପ୍ରମାଣ ମିଳି ନାହିଁ ବୋଲି ଜଣାପଡିଛି । ତେବେ ପୋଲିସର ରିପୋର୍ଟ ହସ୍ତଗତ ହେବା ପରେ ଝିଅର ମୃତ୍ୟୁ ଯେ କେବଳ ଆତ୍ମହତ୍ୟା ଜନିତ ତାହା ବୋଲି ସ୍ପଷ୍ଟ ହୋଇଯାଇଛି । ଅନ୍ୟ ପକ୍ଷରେ ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ କେଉଁ କାରଣ ଥାଇପାରେ, ପରିବାର ଲୋକେ ତାର ଅନୁସନ୍ଧାନ କରନ୍ତୁ ବୋଲି ସଂପୃକ୍ତ ଘରୋଇ କଲେଜ ପକ୍ଷରୁ କୁହାଯାଇଛି ।