-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
25-Oct-2021
ପାଇକମାଳ/ପଦ୍ମପୁର:(ରିପୋର୍ଟ : ନିରଞ୍ଜନ ତ୍ରିପାଠୀ)-ଆଜି ରାଜ୍ୟସରକାର ଶିକ୍ଷାବିଭାଗୀୟ ନିର୍ଦ୍ଦେଶାନୁଯାୟୀ ସମଗ୍ର ଓଡ଼ିଶାରେ ଅଷ୍ଟମ ଶ୍ରେଣୀ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଖୋଲିବା ଅବସର ରେ ପାଇକମାଳ ବ୍ଳକ ଅନ୍ତର୍ଗତ ଟେମରୀ କ୍ଳଷ୍ଟର ର ସମସ୍ତ ବିଦ୍ୟାଳୟ ବୁଲିବାର ସୁଯୋଗ ମିଳିଥିଲା l ଦୀର୍ଘ 1୧୮ମାସ ଧରି କରୋନା
ମହାମାରୀ ଯୋଗୁଁ ସ୍କୁଲ ବନ୍ଦଥିଲା l ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହେଉଥିବା ସମୟରେ ସରକାର ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଆଦେଶ ଜାରି କରିଥିବାରୁ ବିଦ୍ୟାଳୟ ଗୁଡିକ ଖୋଲିବା ନେଇ ପ୍ରସ୍ତୁତି ଜୋରସୋର କରି କରୋନା ନିୟମାବଳୀ ପାଳନ ପୂର୍ବକ ଆଜି ସ୍କୁଲ ଖୋଲିଥିଲା l ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧି ଉତ୍ସାହ ର ସହିତ ବିଦ୍ୟାଳୟ ଆସୁଥିବା ଦେଖିବାକୁ ମିଳିଥିଲା l ଟେମରି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଟେମରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ସୋଢା ଉଚ୍ଚପ୍ରାଥମିକ ସେବାଶ୍ରମ, ମହୁଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଷ୍କାର ପରିଚ୍ଛନ୍ନତା ଓ ପରିବେଶ ବେଶ ଆକର୍ଷଣୀୟ ହୋଇଥିବା ଦେଖିବାକୁ ପାଇଲି l ସ୍କୁଲ ବୁଲା ଶେଷ ମୁଣ୍ଡରେ ରେ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପହଁଞ୍ଚି ଦେଖିଲି l ନୁଆଁ ରଙ୍ଗରେ ରଙ୍ଗେଈ ହୋଇ ସ୍କୁଲ ବେଶ ଆକର୍ଷଣୀୟ ହୋଇଥିବା ସହ ଛାତ୍ରଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଉ ଥିବା ଦେଖିଲି l ସମସ୍ତ ଛାତ୍ର ଛାତ୍ରୀ ମାସ୍କ ପରିଧାନ କରିଥିଲେ , ପ୍ରବେଶ ସ୍ଥାନ ଓ ଶ୍ରେଣୀ କକ୍ଷ ବାହାରେ ସାନିଟାଇଜର ଛାତ୍ରଛାତ୍ରୀ ଙ୍କ ବ୍ୟବହାର ପାଇଁ ରଖାଯାଇଥିଲା l ଛାତ୍ର ଛାତ୍ରୀ ଙ୍କ ସଚେତନତା ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରେ ସଚେତନତା ପୋଷ୍ଟର ଛାପି ଥିବା ଦେଖିବାକୁ ପାଇଲି l ଏହି ପରିପ୍ରେକ୍ଷିରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ପାଇକମାଳ ଶ୍ରୀମାନ ପ୍ରେମାନନ୍ଦ ବାରିକ ଗପ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣାଦାୟୀ ମାର୍ଗଦର୍ଶନ କରି ସମୟ ର ଗୁରୁତ୍ୱ ସମ୍ପର୍କରେ ବୁଝାଇ ଥିଲେ l ଏହି ଅବସରରେ ସାଧନ କେନ୍ଦ୍ର ସଂଯୋଜକ ଆଞ୍ଚଳିକ ଟେମରୀ ନାରାୟଣ ମେହେର ମଧ୍ୟ ଛାତ୍ର ଛାତ୍ରୀ ଙ୍କୁ ଉଚିତ ମାର୍ଗଦର୍ଶନ କରି ନିୟମିତ ବିଦ୍ୟାଳୟ ଆସିବା ପାଇଁ ବାର୍ତ୍ତା ଦେଇଥିଲେ l ଅବସର ପ୍ରାପ୍ତ ଶିକ୍ଷକ ବୈଲୋଚନ ଭୋଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବନ୍ଧିୟ ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ କୋଭିଡ ନିୟମ କୁ ପାଳନ କରିବାକୁ ଅନୁରୋଧ କରିଥିଲେ l ସରକାରଙ୍କ ନିର୍ଦେଶାନୁସାରେ ଶିକ୍ଷକ, ଶିକ୍ଷୟିତ୍ରୀ ଗଣ ପ୍ରଥମ ଓ ଦ୍ଵିତୀୟ ଦିନ ଛାତ୍ର ଛାତ୍ରୀ ଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ
ପ୍ରତିଯୋଗିତା କୁଇଜ,ତର୍କ, ଗୀତ, ଗପ ମାଧ୍ୟମରେ ଶ୍ରେଣୀ ଶିକ୍ଷାଦାନ ର ପ୍ରାରମ୍ଭ କରିବା ନେଇ ସୂଚନା ପ୍ରଦାନ କରିଥିଲେ l ଶେଷରେ ଏତିକି କାମନା ଦୀର୍ଘ ଦିନରୁ ଶ୍ରେଣୀକକ୍ଷ ରୁ ଦୂରରେ ଥିବା ଛାତ୍ରଛାତ୍ରୀ ଙ୍କ ଶିକ୍ଷା ର ଯେଉଁ କ୍ଷତି ହୋଇଛି ସରକାର ଙ୍କ ପ୍ରତିକାର ମୂଳକ ତଥା ଗଠନ ମୂଳକ ଶିକ୍ଷଣ ଓ ଗୁରୁ ଗୁରୁଜନ ଙ୍କ ଉଚିତ ମାର୍ଗ ଦର୍ଶନ ରେ ଭରଣା ହେଇଯାଉ l କୁନି କୁନି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳମୟ ହେଉ l