-+91-9937148622 |
prerana_bgr@rediffmail.com |
Tuesday 16th August 2022 |
R.N.I. Regd No. ODIODI/2010/46693
Breaking News
04-Oct-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ବଢିଲା ସ୍ଥିତ ଶ୍ରୀ ଚନ୍ଦ୍ର ଶେଖର ମନ୍ଦିର ପରିଶରରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ତତ୍ୱାବଧାନ କ୍ରମେ ତ୍ରୀନାଥ ମେଳା ଉତ୍ସବର ଉଦଯାପନୀ ଅବଶରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀଚନ୍ଦ୍ର ଶେଖରଙ୍କ ପୂଜାର୍ଚନା କରାଯାଇଥିଲା । ପରେ ଲକ୍ଷ୍ମଣ ପାଢୀ ଓ ଶୋମନାଥ ପାଢୀଙ୍କ ସଂଯୋଜନା କ୍ରମେ ଭଜନ ସଂଧ୍ୟା ଅନୁଷ୍ଠିତ
ହୋଇଥିଲା । ଏଥିରେ ଦାମୋଦର ମେହେର, ଗୌରଚନ୍ଦ୍ର ପରଛା, କାହ୍ନୁଚରଣ ନାଏକଙ୍କ ସମେତ ନେହେରୁ ବଢାଇ, ଶୋନୁ ମେହେର, ନାଗେଶ୍ୱର ସାହୁ, ଗୁପ୍ତେଶ୍ୱର ମହାକୁର, ଶରତ ମେହେର ପ୍ରମୁଖ ଭକ୍ତି ସଂଗୀତ ପରବେଷଣ କରିଥିଲେ । ସତ୍ୟ ପ୍ରକାଶ ରଥ ମୁଖ୍ୟ କର୍ତା ଭାବରେ କାର୍ଯ୍ୟ ତୁଳାଇଥିବା ବେଳେ ପ୍ରସାନ୍ତ ପଣ୍ଡା, ବୁଲୁ ନେଗୀ, ଲକ୍ଷ୍ମିକାନ୍ତ ପାଢୀ , ତ୍ରୟମ୍ବକ ମୁଦୁଲି ଓ ରେଂଚା ପଧାନ ପ୍ରମୁଖ ସହଯୋଗ କରିଥିଲେ ।