-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
26-Sep-2021
ବଲାଙ୍ଗିର, (ପ୍ରେରଣା ଖବର)- ବଲାଙ୍ଗିର କରାଟେ ସ୍କୁଲ ତରଫରୁ କୋଭିଡ -୧୯ ଗାଇଡଲାଇନ ଅନୁପାଳନ କରି ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ ଗାନ୍ଧୀ ଷ୍ଟାଡିଅମ ଇନଡୋର ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କରାଟେ ସଂଘ ସଂପାଦକ ହୃଦୟ ଶବରଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ, ଡେଙ୍ଗ ହାଇସ୍କୁଲ ଜୁନିଅର ରେଡକ୍ରସ କାଉନସିଲର ତଥା ଫାଷ୍ଟ ଏଡର ରାମ ନାରାୟଣ ଦାଶ, ସାଲେଭଟା ସ୍କୁଲର ଜୁନିଅର ରେଡକ୍ରସ
ପରାମର୍ଶଦାତା ତଥା ଫାଷ୍ଟ ଏଡର ଦୁର୍ଯ୍ୟୋଧନ ପଶାୟତ ପ୍ରମୁଖ ତାଲିମଦାତା ଭାବରେ ଯୋଗଦେଇଥିଲେ । ପ୍ରଥମ ପର୍ଯ୍ୟାୟରେରେ କରାଟେ ସ୍କୁଲର ୨୦ଜଣ ଛାତ୍ର୍ଛାତ୍ରୀ ତଥା ପ୍ରଶିକ୍ଷକମାନଙ୍କୁ ପ୍ରାଥମିକ ଚିକିତ୍ସାର ଲକ୍ଷ୍ୟ, ଉଦ୍ଦେଶ୍ୟ, କ୍ରାଉଡମ୍ୟାନେଜମ୍ୟାଂଟ, ମୂର୍ଚ୍ଛା, ସକ୍, ରକ୍ତସ୍ରାବ, ବ୍ୟାଣ୍ଡେଜ, ରିକୋଭରି ପୋଜିସନ ଇତ୍ୟାଦି ବିଷୟରେ ଡେମୋନେଷ୍ଟ୍ରସନ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ଉପାର୍ଜିତ ପ୍ରାଥମିକ ଚିକିତ୍ସା ଜ୍ଞାନକୁ ସଠିକ ସମୟରେ , ସଠିକ ସ୍ଥାନରେ, ସଠିକ ଭାବରେ ବ୍ୟବହାର କରି ଜନକଲ୍ୟାଣ ଉଦ୍ଦେଶ୍ୟରେ ସହାୟକ ହେବା ପାଇଁ କାର୍ଯ୍ୟକ୍ରମରେ ତାଲିମ ଦାତାବୃନ୍ଦ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ସେଂଚୁରିଆନ ସ୍କୁଲର ଜୁନିଅର ରେଡକ୍ରସ କାଉନସିଲର ତଥା କରାଟେ କୋଚ ଚନ୍ଦ୍ର ଶେଖର ସେଠ ସଂଯୋଜନା କରିଥିଲେ ।