-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
26-Sep-2021
ବଲାଙ୍ଗୀର, (ପ୍ରେରଣା ଖବର) କରୋନା କାଳରେ ପାଠ ପଢା ପ୍ରତି ବିମୁଖ ହୋଇସାରିଥିବା ଛାତ୍ର ଛାତ୍ରୀ ଙ୍କୁ ସକ୍ରିୟ କରିବା ଉଦ୍ଦେଶ୍ୟ ନେଇ ଟି.ଇ. ଓ ଏସସିଇଆରଟି ଏବଂ ୟୁନିସେଫ ଦ୍ୱାରା ଆୟୋଜିତ ହୋଇଥିବା ବିକଳ୍ପ ଶିକ୍ଷଣ କାର୍ଯ୍ୟକ୍ରମ ୧୫ ଜୁଲାଇ ୨୦୨୧ ରୁ ଆରମ୍ଭ ହୋଇ ୨୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବଲାଙ୍ଗିର ବ୍ଲକର ୪୦ ଜଣ ପ୍ରଶିକ୍ଷାର୍ଥୀ, ୫୦୦ ଜଣ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବଲାଙ୍ଗିର ବ୍ଲକ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଶିକ୍ଷିକା ଡଃ ସୁଧାଂଶୁ ବାଳା ତ୍ରିପାଠୀ, ବିଇଓ ରାଘବ ପାଣିଗ୍ରାହୀ, ଏବିଇଓ ସନ୍ଧ୍ୟା ରାଣୀ ଧରୁଆ, ବଲାଙ୍ଗିର ବ୍ଲକର ବିଭିନ୍ନ କ୍ଲଷ୍ଟର ର ସିଆରସିସି ସଦର ବ୍ଲକ ଅନ୍ତର୍ଗତ ରାଜୀବ ନଗର, ବୈଦିପାଲି ତଥା ଅନ୍ୟ ବିକଳ୍ପ ଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ ।