-+91-9937148622 |
prerana_bgr@rediffmail.com |
Saturday 20th April 2024 |
R.N.I. Regd No. ODIODI/2010/46693
Breaking News
26-Aug-2021
ବଲାଙ୍ଗିର(ପ୍ରେରଣା ଖବର): କରୋନା ମହାମାରୀ ମଣିଷ ଜୀବନ, ଜୀବିକା ତଥା ଅର୍ଥନୀତିକୁ ଦୋହଲାଇବା ସହିତ ମାନବ ସମାଜର କାର୍ଯ୍ୟଶୈଳୀରେ ବିରାଟ ପରିବର୍ତ୍ତନ କରିଦେଇଛି । ଏକତା ଭାବ ଦ୍ୱାରା ଯେକୌଣସି ଦୁର୍ବିପାକରୁ ସଭ୍ୟ ସମାଜ ବଂଚିପାରିବ ବୋଲି କରୋନା ଆମ୍ଭମାନଙ୍କୁ ପୁଣି ଥରେ ସୂଚାଇ ଦେଇଛି । ସରକାରୀ , ବେସରକାରୀ ଅନୁଷ୍ଠାନ ହେଉ ବା ଗୋଷ୍ଠିଗତ ତଥା ବ୍ୟକ୍ତି ଗତ ଭାବରେ ନିସ୍ୱାର୍ଥସେବା କରି କରୋନା ଲଢେଇରେ ସହଭାଗୀ ହୋଇପାରିଛନ୍ତି । ସେବା ହେଉଛି ରେଡକ୍ରସର ମୂଳ
ମନ୍ତ୍ର । ତେଣୁ ଜୁନିଅର ରେଡକ୍ରସ କାଉନସିଲର ମାନେ ପ୍ରାଥମିକ ଚକିତ୍ସା ତାଲିମ ଗ୍ରହଣ ପରେ ଠିକ ସମୟରେ ତଥା ଠିକ ସ୍ଥାନରେ ପ୍ରୟୋଗ କରିପାରିଲେ ଅନ୍ୟର ଜୀବନ ବଂଚି ପାରିବ ଓ ସେତେବେଳେ ହିଁ ଶିକ୍ଷା ଫଳବତୀ ହେବ ବୋଲି ପ୍ରାଥମିକ ଚିକିତ୍ସ ଶିବିରରେ ଯୋଗଦେଇଥିବା ମୁଖ୍ୟଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ରେଡକ୍ରସ ପତାକା ଉତୋଳନ କରିବା ସହ ମତବକ୍ତ ପ୍ରଦାନ କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରାଫରୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ ଚେୟାରମ୍ୟାନ ଧ୍ରୁବ ଚରଣ ବେହେରାଙ୍କ ତତ୍ୱାବଧାନରେ ବଲାଙ୍ଗିର ଜିଲା୍ଲ ଅନ୍ତର୍ଗତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ କାଉନସିଲର ମାନଙ୍କର ଜୋନ ସ୍ତରୀୟ ତୃତୀୟ ଦିବସର ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡା, ପ୍ରାଥମିକ ଚିକିତ୍ସା ଶିବିରର ଜୋନାଲ କୋଅର୍ଡିନେଟର ରବିଚନ୍ଦ୍ର ପଶାୟତ, ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଶିବିରର ତୃତୀୟ ଦଦିବସରେ ସକ, ଚୋକିଙ୍ଗ, ବ୍ୟାଣ୍ଡେଜ, ବ୍ଲିଡିଙ୍ଗ ଓ ସିପିଆର ବିଷୟରେ ପ୍ରାଥମିକ ଚିକିତ୍ସା ଅଧ୍ୟାପକ ତଥା ସୁନ୍ଦରଗଡ ଜିଲ୍ଲାର ଯୁବ ସଂଯୋଜକ ସୁମନ୍ତ କୁମାର ଦ୍ୱିବେଦୀଙ୍କ ଦ୍ୱାରା ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିôଲା । ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ତଥା ଛତାମଖନାର ଯୁଧିଷ୍ଠିର ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଦୈତାରୀ ପୂଜାରୀ ଯୋଗଦେଇ ରେଡକ୍ରସ ଧ୍ୱଜା ଅବତରଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାଧନ ବିକାଶ ରଂଜନ ସାହୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ରାମନାରାୟଣ ଦାଶ, ରବିନ୍ଦ୍ର ଠେଟୁଆଲ, ହେମନ୍ତ ପଧାନ, କୃଷ୍ଣଚନ୍ଦ୍ର ବାଘ, ରଂଜିତ ବେହେରା, ସତ୍ୟ ନାରାୟଣ ବିଶ୍ୱାଲ, ପ୍ରହଲ୍ଲାଦ ମହାକୁର,ଟିକେ ଜାଲ ପ୍ରମୁଖ ସହଯୋଗ କରିଥିଲେ ।