-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
26-Aug-2021
ଗଞ୍ଜାମ, ପୁରୁଷୋତମପୁର(ଉମା ମହାରଣା): ଓଡିଶା ଗ୍ରାମ ପଞ୍ଚାୟତ ପିଅନ,ରାତ୍ର ଜଗୁଆଳ ଓ ଝାଡୁଦାର ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ମା'ତାରାତାରିଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି | ବଂଶୀଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କୋଷାଧକ୍ଷ ଅରୂପା ନନ୍ଦ ଡାକୁଆ ଯୋଗ ଦେଇ ଗ୍ରାମ ପଞ୍ଚାୟତ ପିଅନ, ଝାଡୁଦାର ଓ ରାତ୍ର ଜଗୁଆଳଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ | ସକାଳ ୧୦ ଘ. ରୁ ଅପରାହ୍ନ ୫ ଘ. ଟା ଯାଏଁ କାର୍ଯ୍ୟାଳୟ ଖୋଲା ରଖି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରୁଥିବା ଏହି କର୍ମଚାରୀ ମାନଙ୍କୁ ସରକାର ମାତ୍ର ସର୍ବନିମ୍ନ ଦରମା ଶହେ ରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଦେଉଥିବାରୁ ଉକ୍ତ ବୈଠକରେ ସମସ୍ତ କର୍ମଚାରୀ କ୍ଷୋଭ ପ୍ରକାଶ କରିବା ସହିତ ସମାନ କାମକୁ ସମାନ ଦରମା ନାରା ଦେଉଥିବା ସରକାର ଙ୍କ ଏହି ବୈମାତୃକ ମନୋଭାବ ପୋଷଣ କୁ ଘୋର ବିରୋଧ କରିଥିଲେ | ଗ୍ରାମ ପଞ୍ଚାୟତ ଧାରା ୧୯୬୪ ମସିହା ଧାରା ୨୧୨ ରେ ଗ୍ରାମ ପଞ୍ଚାୟତ ସମ୍ପାଦକ ଓ ୨୨୯ ଧାରାରେ ଚତୁର୍ଥ ଶ୍ରେଣୀ ପିଅନ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ନିଯୁକ୍ତି ପ୍ରଦାନ କରିଥିଲେ | ୨୦୦୯ ମସିହାରେ ଗ୍ରାମ ପଞ୍ଚାୟତର ସମ୍ପାଦକ ଭିଏଲଡବ୍ଲୁ ପଦକୁ ପଦୋନ୍ନତି ପାଇଥିଲେ | କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି କର୍ମଚାରୀ ମାନେ ଅଲୋଡ଼ା ହୋଇ ରହିଗଲେ | ଏଠାରେ ପ୍ରଶ୍ନ ଉଠୁଛି ଉଭୟ କର୍ମଚାରୀ ନିଯୁକ୍ତି ପଦବୀର ନିଯୁକ୍ତିଦାତା ଡିପିଓ ଥିଲାବେଳେ ସମ୍ପାଦକ ମାନେ ଭିଏଲଡବ୍ଲୁ ପଦକୁ ପଦୋନ୍ନତି ପାଇଲେ ଅଥଚ ଗ୍ରାମ ପଞ୍ଚାୟତ ପିଅନ ଏଥିରୁ କେମିତି ବଞ୍ଚିତ ହେଲା | ଗ୍ରା. ପ ୨୦୧୪ ମସିହା ୧୨୫ ନିୟମ ଅନୁଯାୟୀ ଗ୍ରାମ ପଞ୍ଚାୟତ ନିଜସ୍ୱ ଆୟରୁ ଉକ୍ତ କର୍ମଚାରୀ ଦରମା ପାଇବାକୁ ଥିବାବେଳେ ସମସ୍ତ ପଞ୍ଚାୟତର ନିଜସ୍ୱ ଆୟ ସମାନ ନୁହେଁ | ଯାହା ଫଳରେ କର୍ମଚାରୀ ମାନେ ନିଜ ପରିବାର ପ୍ରତିପୋଷଣ କେମିତି କରିବେ ତାହା ଅନୁଧ୍ୟାନର ବିଷୟ | ସରକାରଙ୍କ ନିୟମ ଅନୁଯାୟୀ ଅଣକୁଶଳୀ ଶ୍ରମିକକୁ ମଜୁରୀ ବାବଦରେ ଟ ୩୦୩ ଟଙ୍କା ୪୦ ପଇସା ପ୍ରଦାନ କରାଯିବାର ଆଇନ ରହିଥିବା ବେଳେ
ପଞ୍ଚାୟତର ଉକ୍ତ କର୍ମଚାରୀଙ୍କୁ କାହିଁକି ସର୍ବନିମ୍ନ ଦରମା ପ୍ରଦାନ କରାଯାଉ ନାହିଁ ବୋଲି ବୈଠକରେ ଉପସ୍ଥିତ ସମସ୍ତ କର୍ମଚାରୀ ସରକାରଙ୍କୁ ପ୍ରଶ୍ନ କରିଥିଲେ | ଅଗାମୀ ଦିନରେ ଯଦି ଉକ୍ତ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା ପ୍ରଦାନ, ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ସହିତ 2014 ଗ୍ରାମ ପଞ୍ଚାୟତ ଧାରା 125କୁ ସଂଶୋଧନ କରାନଯାଏ ତେବେ ଅଗାମୀ 2022 ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବା ସହିତ ସମସ୍ତ କର୍ମଚାରୀ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ରାଜ୍ୟ କୋଷାଧକ୍ଷ ଅରୂପାନନ୍ଦ ଡାକୁଆ ନିଜ ପ୍ରତିକ୍ରିୟା ରେ ଜଣାଇଛନ୍ତି | ଆଜିର ଅନୁଷ୍ଠିତ ଏହି ଜରୁରୀ କାଳୀନ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ମହେଶ୍ୱର ନାୟକ, ତାରିଣୀ ଚରଣ ଭୂୟାଁ, ସୁଦର୍ଶନ ଡାକୁଆ, ସୁଧୀର କାନ୍ତ ବେହେରା, ସୁଧୀର ଦାସ, ସୂର୍ଯ୍ୟ ପ୍ରଧାନ, ଗଣେଶ ବାରିକ, ସନ୍ତୋଷ ଖାଡ଼ଙ୍ଗା, ହରିହର ସାହୁ ଙ୍କ ସମେତ 23ଟି ବ୍ଲକ ର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ |