-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
25-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆଜି ତା ୨୫/୦୮/୨୦୨୧ ଦିନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାନ୍ୟବର ଏଡିଜେ କୋର୍ଟ ଟିଟିଲାଗଡ ରୁ ଅନ୍ତରିଣ ଜାମିନ ରେ ମୁକୁଳିଲେ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା। ଗତ ଜୁନ ୪ ତାରିଖ ରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ୍ ବ୍ଲକ୍ ପୁଡିସରା ଗ୍ରାମ ନିକଟରେ ବେଆଇନ ଗୋ ଚାଲାଣ ହେଉଥିବା ସମୟରେ କେଶରୀୟା ହିନ୍ଦୁ ବାହିନୀ ର ବ୍ଲକ୍ ଏବଂ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ସଭାପତିଙ୍କ ନେତୃତ୍ୱ ରେ ଏହି ଗୋ ଚାଲାଣ କୁ ଅବରୋଧ କରିଥିଲେ। ଏହି ସମୟରେ କେଶରୀୟା ହିନ୍ଦୁ ବାହିନୀ ର କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା ଯେଉଁଥିରେ ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ, ବ୍ଲକ୍ ସଭାପତି ସଂଜିତ୍ କମ୍ପ, ବ୍ଲକ୍ ଉପସଭାପତି ଶ୍ରୀକାନ୍ତ ଭୋଇ ଏବଂ ଅନ୍ୟାନ୍ୟ କାର୍ଯ୍ୟ କର୍ତ୍ତା ମାନେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇ ଚିକିତ୍ସିତ ହୋଇଥିଲେ। ତତ୍ ସହିତ ଗୋ ଚାଲାଣ କାରୀ ମାନେ ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ , ବ୍ଲକ୍ ସଭାପତି ସଞ୍ଜିତ୍ କମ୍ପ ଏବଂ ବ୍ଲକ ଉପସଭାପତି ଶ୍ରୀକାନ୍ତ ଭୋଇ ଙ୍କ ନାମ ରେ ମିଥ୍ୟା କେଶ୍ ମଧ୍ୟ ଦେଇଥିବା ସଭାପତି କହିଥିଲେ । କେଶରୀୟା ହିନ୍ଦୁ ବାହିନୀ ର କାର୍ଯ୍ୟକର୍ତ୍ତା ମାନେ ଜାମିନ ରେ ମୁକୁଲିବା ପରେ ଆଗାମୀ ଦିନରେ କଣ୍ଟାବାଞ୍ଜି, ଟିଟିଲାଗଡ ତଥା ସମ୍ପୁର୍ଣ୍ଣ ବଲାଙ୍ଗୀର ଜିଲ୍ଲା ରେ ବେଆଇନ ଗୋ ଚାଲାଣ କୁ ବନ୍ଦ କରାଯିବ ବୋଲି ରାଜ୍ୟ ସଭାପତି ସନ୍ତୋଷ ଭୋଲ କହିଥିଲେ ।