-+91-9937148622 |
prerana_bgr@rediffmail.com |
Tuesday 7th February 2023 |
R.N.I. Regd No. ODIODI/2010/46693
Breaking News
24-Aug-2021
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ): ବଲାଙ୍ଗୀର ଜିଲ୍ଲା କୃଷି ରଥ ସଘନ କୃଷି ସମ୍ପ୍ରସାରଣ ଅଭିଯାନ ଆଗଲପୁର ବ୍ଲକର ସାଲେଭଟା ସହ ଆଖପାଖ ପଂଚାୟତରେ ଆରମ୍ଭ ହୋଇଯାଇଛି l ବ୍ଲକ କୃଷି ଅଧିକାରୀ ବିଶେଶ୍ୱର ସାହୁଙ୍କ ଜରିଆରେ ସହକାରୀ ବୈଷୟିକ ପରିଚାଳକ ଆନନ୍ଦ କୁମାର ଯୁଆଡି ଓ ହରିହର ହଂସ, କୃଷି ଅଧିଦର୍ଶକ ଧନମତ ହରିପାଳ, ଗ୍ରାମ୍ୟ କୃଷି କର୍ମଚାରୀ ସାଲେଭଟା ବବିତା ପାଣିଗ୍ରାହୀ ଓ
ଜୟନ୍ତୀ ମହାନନ୍ଦ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ହେଉଛି l କୃଷି ରଥ ସମ୍ପ୍ରସାରଣର ମୂଳ ଉଦେଶ୍ୟ ଏହା ଯେ ଗାଁ ଗାଁ ତଥା ପଂଚାୟତ ଗୁଡିକୁ ଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଚାଷ ବିଷୟରେ ଜାଗୃତ କରିବା l