-+91-9937148622 |

prerana_bgr@rediffmail.com |

  Wednesday 12th November 2025 |

| | | |

R.N.I. Regd No. ODIODI/2010/46693

Breaking News

ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   (11-Nov-2025)       ||      କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    (11-Nov-2025)       ||      ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ    (11-Nov-2025)       ||      ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   (11-Nov-2025)       ||      ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   (11-Nov-2025)       ||      *ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   (11-Nov-2025)       ||      ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   (11-Nov-2025)       ||      ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   (11-Nov-2025)       ||      ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   (11-Nov-2025)       ||      ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   (11-Nov-2025)       ||      ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   (11-Nov-2025)       ||      ନୂଆପଡ଼ାରେ ଜୋରସୋର ମତଦାନ   (11-Nov-2025)       ||      ପ୍ରିଯାଇଡିଂ ଅଫିସର ନିଲମ୍ବିତ,   (11-Nov-2025)       ||      ୧କୋଟି ୩୮ଲକ୍ଷ ୯୪ ହଜାର ୩୫୬ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୧୧ ବାଇକ୍ ,ଏକ ତିନି ଚକିଆ ଓ ଏକ ଚାରିଚକିଆ ଯାନ ଜବତ    (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (11-Nov-2025)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ   (11-Nov-2025)       ||      ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘରୁ ବାଳକୃଷ୍ଣ ଶବରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର   (11-Nov-2025)       ||      ଡାବୁଗାଁ ବ୍ଲକ ରେ ୬ଜଣ ଆଇଏଏସ ପ୍ରଶିକ୍ଷାର୍ଥୀ   (11-Nov-2025)       ||     

HOME   ରାଜ୍ୟ

ପୁଣି ଥରେ ଚଳଚଞ୍ଚଳ ହେଲା ସିଲଭର୍ ସିଟି ବୋଟ୍ କ୍ଲବ୍ : ଓଟିଡିସି ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ

07-Jul-2021



କଟକ(ପ୍ରେରଣା ଖବର ବ୍ୟୁରୋ) : କୋଭିଡ୍-୧୯ କଟକଣା ପାଇଁ ବନ୍ଦ ଥିବା କଟକସ୍ଥିତ ସିଲଭର୍ ସିଟି ବୋଟ୍ କ୍ଲବ୍ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ହେବାପରେ ଆଜି ସେଠାରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।  

ଓଟିଡିସି ଅଧ୍ଯକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଗଛଟିଏ ।

ଲଗାଇଲେ ଉଭୟ ସମାଜ ଓ ନିଜର କଲ୍ୟାଣ ସାଧନ ହୋଇପାରିବ ବୋଲି କହିଥିଲେ। ଗଛ ଲଗାଇବା ପାଇଁ ଉତ୍ସାହିତ କରି ସେ କହିଥିଲେ ଯେ, ଗଛ ଆମକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଯୋଗାଇ ଥାଏ। ସୁଷମ ଖାଦ୍ୟ, ସ୍ଵଚ୍ଛ ଜଳ ଓ ପ୍ରଦୂଷଣ ମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ହିଁ ପୂରଣ କରିଥାଏ l ବୃକ୍ଷ ମଧ୍ୟ ମନୁଷ୍ୟର ଜୀବନ-ଜୀବିକାର ପ୍ରମୁଖ କାରଣ ହୋଇ ପାରୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ବୃକ୍ଷଲତା ସ୍ବତନ୍ତ୍ର ଦୁର୍ବଳତା ରହିଛି, ବୃକ୍ଷରୋପଣ ପାଇଁ ସେ ସର୍ବଦା ପରାମର୍ଶ ଦେଇଥାନ୍ତି ବୋଲି ସେ କହିଥିଲେ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ  ଓଟିଡିସିର ଅନ୍ୟ ପଦାଧିକାରୀମାନଙ୍କ ସମେତ ପାନ୍ଥନିବାସ କର୍ମଚାରୀମାନେ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ, ଏପ୍ରିଲ ୧୪ ଓଡ଼ିଆ ନବବର୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସିଲଭର୍ ସିଟି ବୋଟ୍ କ୍ଲବକୁ ଲୋକାର୍ପିତ କରିଥିଲେ। ଏହି ବୋଟିଂ କ୍ଲବ୍  ପୁଣିଥରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଓ ସରକାରଙ୍କ  କୋଭିଡ୍ ଗାଇଡ ଲାଇନକୁ ପାଳନ କରି ପର୍ଯ୍ୟଟକଙ୍କ ପାଇଁ  ମନୋରଞ୍ଜନ ଭିତ୍ତିକ ଜଳକ୍ରୀଡ଼ା ଆରମ୍ଭ ହୋଇଛି।ଏହି ବୋଟ୍ କ୍ଲବରେ ଜେଟ ସ୍କି, ସ୍ପିଡ୍‍ ବୋଟ, ଡେ କ୍ରୁଜ୍‍, ବାନାନା ବୋଟ, ଇନଫ୍ଲେଟେବୁଲ୍‍ ବୋଟ୍‍, ୱାଟର ସ୍କୁଟର, ଫ୍ଲୋଟିଂ କାଫେ, କାୟାକିଂ, କାନୋଇଙ୍ଗ, ପେଡାଲ୍‍ ବୋଟ୍‍, ସ୍କୁବା ଡାଇଭିଂ ଭଳି ଅନେକ କାର୍ଯ୍ୟକଳାପ ସାମିଲ୍ ଅଛି । ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟକ ଶନିବାର ଓ ରବିବାର ( ସପ୍ତାହାନ୍ତ ସଟଡାଉନ୍ ପାଇଁ ) ଏହି ବୋଟ୍ କ୍ଲବ୍ ବନ୍ଦ ରହିବ। କୋଭିଡ୍ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବୋଟ୍ ଓ ଅନ୍ୟାନ୍ୟ ଉପକରଣ ଗୁଡ଼ିକ ନିୟମିତ ସାନିଟାଇଜ୍ କରାଯାଉଛି। 

 ରାଜ୍ୟରେ ପର୍ଯ୍ୟଟନର ବିକାଶ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି ଓ ତାଙ୍କ ପରାମର୍ଶରେ ମହାନଦୀରେ ଜଳଭିତ୍ତିକ ମନୋରଞ୍ଜନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଏହି ବୋଟ କ୍ଲବ୍‍କୁ ୨ କୋଟି ଟଙ୍କା ବିନିଯୋଗରେ ନବୀକରଣ କରାଯାଇଥିଲା 


News Comment




Photo in News

Advertisment
Lastest News
  ଜିଲ୍ଲା  
ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ   11-Nov-2025
  ଜିଲ୍ଲା  
କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର    11-Nov-2025
  ଜିଲ୍ଲା  
ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ   11-Nov-2025
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ସମୀକ୍ଷା ବୈଠକ   11-Nov-2025
  ଜିଲ୍ଲା  
ଜେଏସ୍‌ଏମ୍ କଲେଜ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ   11-Nov-2025
  ଜିଲ୍ଲା  
*ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ*   11-Nov-2025
  ଜିଲ୍ଲା  
ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କୃଷ୍ଣ-ବଲରାମଙ୍କୁ ପଞ୍ଚବିଦ୍ୟା ପ୍ରଦାନ   11-Nov-2025
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷକ ବୁଧୁରାମଙ୍କ ପରଲୋକ   11-Nov-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା   11-Nov-2025
  ଜିଲ୍ଲା  
ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”   11-Nov-2025
  ଜିଲ୍ଲା  
ବୁରୋମୁଣ୍ଡା ଅଲ ଇଣ୍ଡିଆ କ୍ରିକେଟ ଖେଳ - 2025 ର ଆଲୋଚନା ଓ ପ୍ରସ୍ତୁତି ବୈଠକ   11-Nov-2025
  ଜିଲ୍ଲା  
ନୂଆପଡା ଉପନିର୍ବାଚନରେ ଦ୍ଵିତୀୟ ପ୍ରିଜାଇଡିଂ ଅଫିସର୍ ନିଲମ୍ବିତ l   11-Nov-2025

You Might Also Like