-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
27-Jun-2021
ଭବାନୀପାଟଣା(ପ୍ରେରଣା ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳ ଭବାନୀ ଶଙ୍କର ନିଆଲଙ୍କ ଆହ୍ୱାନ ଏବଂ ସହଯୋଗରେ ଟିମ
ଜୈ ଭବାନୀ ତରଫରୁ ସଦର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗୁରଜୁଙ୍ଗ ଗ୍ରାମ ପଞ୍ଚାୟତରେ ମାସ୍କ ବଣ୍ଟନ କରାଯାଇଛି। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ଜୈ ଭବାନୀ ଟିମ୍
ଜୈ ଭବାନୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୈଳାଶ ମାଝୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l ଏଥିରେ ଜୈ ଭବାନୀ ଟିମର ସଂଯୋଜକ ଖୁସିରାମ ସାହୁଙ୍କ ସମେତ ଲୋକେଶ୍ୱର ବେହେରା, ରୁଦ୍ର ବେହେରା, ଅକ୍ଷୟ ବେହେରା, ତୁଳସୀ ରାମ ମାଝୀ, କେଦାର ମାଝୀ, ରାଜୁ ମାଝୀ, ଲଳିତ ମାଝୀ, ପ୍ରମୋଦ ମହାନନ୍ଦ, ରୋମାଞ୍ଚଳ ବେହେରା, ରଘୁ ଖରସେଲ, ବସନ୍ତ ବେମାଲ, ଚନ୍ଦନ ମାଝୀ,ଦୁଳ ବେହେରା, ଦନାର୍ଦନ ବେହେରା, ଚୂଡ଼ାମଣି ଭୋଇ, ମନୋଜ ବେହେରା, ରଞ୍ଜନ ବେହେରା, ତାରେଶ ମାଝୀ, ରଥ ମାଝୀ, ଜଗଧ୍ୟାନ ବେହେରା, ବିଦ୍ୟାଧର ବେହେରା,ଗନ୍ଧର୍ବି ମାଝୀ, କମଲେ ମାଝୀ ଏବଂ ସିଦ୍ଧାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ l