-+91-9937148622 |
prerana_bgr@rediffmail.com |
Tuesday 16th August 2022 |
R.N.I. Regd No. ODIODI/2010/46693
Breaking News
04-Apr-2021
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସ୍ଥାନୀୟ କୁଲୁଥକାନି ନିବାସୀ ଅଗ୍ରଣୀ ସଫଳ ଯୁବ ଚାଷୀ ଦିବ୍ୟରାଜ ବେରିହା ଙ୍କ ପିତା ତଥା ସାହିତ୍ୟ ସାଧକ ସଦାଶିବ ବେରିହା (୭୩) ଙ୍କ ଆଜି ପରଲୋକ ହୋଇଛି I ଜମନକିରା ବ୍ଲକ ଭୋଜପୁର ରେ ଜନ୍ମିତ ସଦାଶିବ କୁଚିଣ୍ଡା ଉଚ୍ଚ ବିଦ୍ୟାଳୟ ରୁ ଶିକ୍ଷା ସମାପ୍ତ ପରେ ପୂର୍ତ୍ତ ବିଭାଗ ରେ ଡ୍ରାଫସ ମେନ ଭାବେ କାର୍ଯ୍ୟ କରି ଅବସରରେ ନେଇଥିଲେ I ଭୋଜପୁର ଉଚ୍ଚ ବିଦ୍ୟାଳୟ କୁ ଜମି ଦାନ କରିଥିବା ସଦାଶିବ ଅନେକ ଗୁଡିଏ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ସହ ଜଣେ ସାରସ୍ୱତ ସାଧକ ଥିଲେ I ୭ ଟି ଗଳ୍ପ ସଂକଳନ ରୂପକ କାବ୍ୟ ରଚନା କରିଛନ୍ତି I ସଦାଶିବ ଙ୍କ ବିୟୋଗ ରେ ସାହିତ୍ୟକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି I ସ୍ଥାନୀୟ ରାଜଘାଟ ରେ ଆଜି ଶେଷ କୃତ୍ୟ ସମ୍ପର୍ଣ ହୋଇଥିବା ବେଳେ ଏକମାତ୍ର ପୁତ୍ର ଦିବ୍ୟରାଜ ମୁଖାଗ୍ନି ଦେଇଥିଲେ I