-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
04-Apr-2021
ବଲାଙ୍ଗୀର,(ପ୍ରେରଣା ଖବର): ଆଜି ସ୍ଥାନୀୟ ସରୋଜିନୀ ରେସିଡେନ୍ସି ଠାରେ ମନସ୍ୱିନୀ ସାହିତ୍ୟ ଓ ସଂସ୍କୃତି ଏକାଡେମୀ, ବଲାଙ୍ଗୀର ଶାଖା ପକ୍ଷରୁ ଏକ ବୈଠକ ଓ ମନସ୍ୱିନୀ ପୁସ୍ତକ ଉନ୍ମୋଚିତ ହୋଇଥିଲା । ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ କୋସଲୀ ଗବେଷକ ତଥା ଲେଖକ ନୃସିଂହ ପ୍ରସାଦ ଗୁରୁ ଯୋଗ ଦେଇ ସଭାକୁ ଉଦ୍ଘାଟନ କରିଥିଲେ । କବି ତଥା ମନସ୍ୱିନୀ ସାହିତ୍ୟ ସଂସ୍କୃତି ଏକାଡେମୀର ରାଜ୍ୟ ସଂଯୋଜକ ନବକିଶୋର
ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ସମ୍ମାନିତ ଅତିଥି ଭାବରେ କବି ତଥା ବଲାଙ୍ଗୀର ଆକାଶବାଣୀ କେନ୍ଦ୍ର ର ପୂର୍ବତନ ନିର୍ଦ୍ଦେଶକ ଭାଗିରଥୀ ମିଶ୍ର,ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା ଓ ପୁଇଁତଳା ବିଇଓ ନେପାଳ ଚନ୍ଦ୍ର ବାଗ ଯୋଗ ଦେଇ କବିତା ସର୍ଜନା ଓ ସାହିତ୍ୟ ସାଧନା ସଂପର୍କରେ ନିଜର ଅଭିଭାଷଣ ରଖିଥିଲେ । ମୁଖ୍ୟ ବକ୍ତା ଭାବରେ କବି ଏବଂ ସାପ୍ତାହିକ ଆଞ୍ଚଳିକ ସମ୍ବାଦର ସଂପାଦକ ସନ୍ଦୀପ କୁମାର କୁଅଁର ଯୋଗ ଦେଇ ନିଜ ବକ୍ତବ୍ୟରେ ରାଜ୍ୟର କବି ଓ ସାହିତ୍ୟିକ ମାନଙ୍କୁ ଆଗକୁ ବଢ଼ିବାରେ ତଥା ସେମାନଙ୍କୁ ପ୍ରତିଭାକୁ ଚିହ୍ନଟ କରିବା କ୍ଷେତ୍ରରେ ମନସ୍ୱିନୀ ସାହିତ୍ୟ ସଂସଦର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ହଜାରେ ପୃଷ୍ଠା ବିଶିଷ୍ଟ ମନସ୍ୱିନୀ ପୁସ୍ତକର ଲୋକାର୍ପଣ ହେବା ସହ ପତ୍ରିକାର ଲେଖକୀୟ କପି ପ୍ରଦାନ କରାଯାଇଥିଲା । ମନସ୍ୱିନୀ ସାହିତ୍ୟ ଏହି ଅବସରରେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ବେହେରାଙ୍କ ମନସ୍ୱିନୀ ସାହିତ୍ୟ ସଂସସ୍କୃତି ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଓଁପ୍ରଣବ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ ସଭାକୁ ପରିଚାଳନା କରିଥିଲେ । ଶେଷରେ ସହକାରୀ ସରକାରୀ ଓକିଲ ଶୁଭ୍ରାଂଶୁ ଶେଖର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ ।