-+91-9937148622 |
prerana_bgr@rediffmail.com |
Thursday 25th April 2024 |
R.N.I. Regd No. ODIODI/2010/46693
Breaking News
30-Nov--0001
ଭୁବନେଶ୍ୱର(ଶୁଭାଶିଷ ନାୟକ): ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଗତକାଲି ଠାରୁ ଧାରଣାରେ ବସିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାସ୍ଥଳକୁ ଆସି ବିଧାୟକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଧାରଣାରୁ ହଟି ନଥିଲେ । ତେବେ ଆଜି ବିଧାୟକମାନେ ଧାରଣାରୁ ଉଠିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରେସ୍ ମିଟ୍ କରିଛନ୍ତି । ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାଏକ ଏହି ଘଟଣାରେ ବାଚସ୍ପତିଙ୍କୁ ସମାଲୋଚନା କରିଛନ୍ତି । ଗୃହରେ ବିଲ୍ ପାରିତ ହେବା ସମୟରେ ବିରୋଧୀଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା । ଫଳରେ ଗୃହରେ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିଲା, ସେଥିପାଇଁ ବାଚସ୍ପତି ନିଜେ ଦାୟୀ । ବିଜେପି ବିଧାୟକମାନେ ବିନା ଦୋଷରେ ଦଣ୍ଡିତ ହୋଇଛନ୍ତି । ତେବେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ବିଲ ମଞ୍ଜୁର ନ କରିବାକୁ ଅନୁରୋଧ କରିବେ । ରାଜ୍ୟ ସହପ୍ରଭାରୀଙ୍କ ଅନୁରୋଧ କ୍ରମେ ଏହି ଧାରଣା ପ୍ରତ୍ୟାହୃତ କରିଛୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।