-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
13-Mar-2021
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ): ଆଜି ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ତରଫରୁ ଆଗଲପୁରର କରକଚିଆ ଠାରେ ଏକ ମଣ୍ଡଳସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ନୂତନ ରାଜ୍ୟସ୍ତରୀୟ ବାହାଘର ପାଇଁ ସମାଜ ପ୍ରତିବନ୍ଧକ ମୁକ୍ତ ପରିଚୟ ପତ୍ର, ପଙ୍ଗତ ସର୍ଭେ ଫର୍ମ 2020, ନୂତନ କମିଟି ଗଠନ ପାଇଁ ଆଲୋଚନା,ଅନ୍ୟାନ୍ୟ ସାମାଜିକ କଥାବସ୍ତୁ, ସାମାଜିକ ନୀତି ନିୟମ ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା । ଏହି ସଭାରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ଆଗଲପୁର ମଣ୍ଡଳ ସଭାପତି ଚନ୍ଦ୍ରମଣି ଭୋଇ, ଲୋଇସିଂହା ମଣ୍ଡଳ ସଭାପତି ଦଶରଥ ଛତ୍ରିଆ, ଜିଲ୍ଲା ସଭ୍ୟ କେଶରୀ କୁଅଁର, ପ୍ରିତିଚନ୍ଦ୍ର ରାୟ, ସାଧୁ ଦଳପତି, ଭୁବନେଶ୍ୱର ଧରୁଆ, ଛାତ୍ର ଆୟୋଜନ ସମିତି ସଭାପତି ଲଳିତ ମୋହନ ପୁଟା, ଚନ୍ଦ୍ରଶେଖର କୁଅଁର, ଦେବେନ୍ଦ୍ର ପୁଟା, ପୂର୍ଣ୍ଣଚନ୍ଦ୍ର ଭୋଇ, ତ୍ରିଲୋଚନ ଧରୁଆ, ଭରତ ଧରୁଆ, ଶୁକ୍ରୁ ଧରୁଆ ପ୍ରମୁଖ ଗୋଣ୍ଡ ସମାଜର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।